ନୂଆଦିଲ୍ଲୀ,୧୦/୦୨; ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେପି ମହିଳା ସାଂସଦ ଚିଠି ଲେଖିଛନ୍ତି । ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚିଠି ଲେଖିଛନ୍ତି ବିଜେପି ମହିଳା ସାଂସଦ । ଗତ ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Women MPs from the BJP write a letter to Lok Sabha Speaker Om Birla urging him to take the "strictest possible action, under the rules, against those opposition MPs who have committed such heinous acts within the House premises and brought disrepute to our democratic… pic.twitter.com/j89AKpIwY6
— ANI (@ANI) February 10, 2026
ଚିଠିରେ ଲେଖା ଅଛି କି, ଗତ ୪ ତାରିଖରେ ଲୋକସଭାରେ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ବିରୋଧ ନାଁରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିଲେ । ସବୁ ମର୍ଯ୍ୟାଦା ଲଙ୍ଘି କାଗଜପତ୍ର ଚିରି ବାଚସ୍ପତିଙ୍କ ଆଡ଼କୁ ମଧ୍ୟ ଫିଙ୍ଗିଲେ । କିଛି ମହିଳା ସଦସ୍ୟ ବି ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ । ଆମେ ଅନୁରୋଧ କରୁଛୁ ନିୟମ ଅନୁଯାୟୀ, କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆମ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଯେଉଁମାନେ ଅପମାନିତ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।'' ବିରୋଧୀ ମହିଳା ସାଂସଦଙ୍କ ମନୋଭାବ ଉପରେ ଚିଠିରେ ଗମ୍ଭୀର ଆପତ୍ତି ପ୍ରକାଶ କରିଛନ୍ତି । ଏକ ମିଳିତ ଚିଠିରେ ୧୧ ଜଣ ସାଂସଦ ମଧ୍ୟ ଓମ୍ ବିର୍ଲାଙ୍କ ଉପରେ ସେମାନଙ୍କର ପୂର୍ଣ୍ଣ ଆସ୍ଥା ପ୍ରକାଶ କରିଛନ୍ତି । ଏହି ଚିଠି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ସମେତ କିଛି ବିରୋଧୀ ସାଂସଦ ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଚିଠିରେ ୪ ଫେବୃଆରୀ, ୨୦୨୬ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଘଟିଥିବା ଘଟଣାବଳୀକୁ ଦର୍ଶାଯାଇଛି ।
ଏହା ବି ପଢନ୍ତୁ...ବିରୋଧିଙ୍କ ପ୍ରବଳ ହଙ୍ଗାମା କାରଣରୁ ଚାଲିପାରୁନି ଲୋକସଭା, ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ
ଚିଠିରେ, ସାଂସଦମାନେ ବାଚସ୍ପତିଙ୍କ ଭୂମିକାକୁ ପ୍ରଶଂସା କରି କହିଛନ୍ତି ଯେ ସେ ସେହି ଦିନ "ଲୋକସଭାର ମର୍ଯ୍ୟାଦା, ସୌନ୍ଦର୍ଯ୍ୟ ଏବଂ ପବିତ୍ରତା" ବଜାୟ ରଖିବାରେ ଧୈର୍ଯ୍ୟ ଏବଂ ଦୃଢ଼ତା ପ୍ରଦର୍ଶନ କରିଥିଲେ । ସେହି ଦିନ ଗୃହ ଭିତରେ ଏପରି ଘଟଣା ଘଟିଥିଲା ଯାହାକୁ ସାଂସଦମାନେ "ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ" ବୋଲି ବର୍ଣ୍ଣନା କରିଛନ୍ତି । ଚିଠିରେ ଅଭିଯୋଗ କରାଯାଇଛି ଯେ କିଛି ବିରୋଧୀ ସଦସ୍ୟ କେବଳ ଗୃହର ପୋଡ଼ିୟମରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ତାହା ନୁହେଁ, ବରଂ ଟେବୁଲ ଉପରେ ଚଢ଼ି କାଗଜ ଚିରି ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ । କିଛି ମହିଳା ସାଂସଦ ବ୍ୟାନର ଏବଂ ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ପାଖକୁ ଯାଇଥିଲେ ଏବଂ ବରିଷ୍ଠ ମନ୍ତ୍ରୀମାନେ ବସିଥିବା ଟ୍ରେଜେରୀ ବେଞ୍ଚ ଆଡ଼କୁ ମଧ୍ୟ ଯାଇଥିଲେ ।
'ଗଣତନ୍ତ୍ର ପାଇଁ ଅନ୍ଧାକାର ସମୟ' - ସାଂସଦମାନେ ଚିଠିରେ ଲେଖିଛନ୍ତି ଯେ, ଏହି ଘଟଣା ସେମାନଙ୍କୁ "ଉତ୍ତେଜିତ ଏବଂ କ୍ରୋଧିତ" ହୋଇଥିଲେ, କିନ୍ତୁ ସେମାନଙ୍କର ବରିଷ୍ଠ ନେତାମାନଙ୍କ ନିର୍ଦ୍ଦେଶରେ, ସେମାନେ ସଂଯମତା ବଜାୟ ରଖିଥିଲେ ଏବଂ ନିବୃତ୍ତ ରହିଥିଲେ । ଯଦି ସଂଯମତା ଅବଲମ୍ବନ କରାଯାଇ ନଥାନ୍ତା, ତେବେ ପରିସ୍ଥିତି ଆହୁରି ବିଗିଡ଼ି ପାରିଥାନ୍ତା । ଚିଠିରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ, କିଛି ବିରୋଧୀ ସାଂସଦ ପରେ ବାଚସ୍ପତିଙ୍କ ଚାମ୍ବର ଆଡ଼କୁ ଯାଇଥିଲେ ଏବଂ ସେଠାରୁ ଜୋରଦାର ଶବ୍ଦ ଶୁଣାଯାଇଥିଲା । ଲୋକସଭାର ପବିତ୍ର ସ୍ଥାନରେ ଘଟିଥିବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସଂସଦୀୟ ଗଣତନ୍ତ୍ର ଇତିହାସରେ "ଅତି ଅନ୍ଧକାରମୟ ସମୟ ମଧ୍ୟରୁ ଗୋଟିଏ ଥିଲା ।