ନୂଆଦିଲ୍ଲୀ,୯।୨: ଚଳିତ ସଂସଦ ଅଧିବେଶନରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଚାଲିଥିବା ବିବାଦ କମିବାର ଦେଖାଯାଉନାହିଁ। ସୋମବାର ଲୋକସଭା କାର୍ଯ୍ୟ ପୁଣି ଥରେ ପ୍ରବଳ ହଟ୍ଟଗୋଳରେ ପ୍ରଭାବିତ ହୋଇଛି, ଯାହା ଫଳରେ ବାଚସ୍ପତି ମଙ୍ଗଳବାର ଦିନ ୧୧ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି। ସୋମବାର ସକାଳେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ବିରୋଧୀ ଦଳଗୁଡ଼ିକ ସାମ୍ପ୍ରତିକ ରାଜନୈତିକ ଘଟଣାବଳୀ ଏବଂ ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଜିଦ୍ ଧରିଥିଲେ। ବାଚସ୍ପତି ସାଂସଦମାନଙ୍କୁ ସେମାନଙ୍କ ଆସନକୁ ଫେରି ପ୍ରଶ୍ନକାଳ ଚାଲିବାକ ଦେବାକୁ ବାରମ୍ବାର ଅନୁରୋଧ କରିଥିଲେ, କିନ୍ତୁ ହଟ୍ଟଗୋଳ ବଢ଼ିବାରେ ଲାଗିଥିଲା।
ଗୃହରେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଚସ୍ପତି ଘୋଷଣା କଲେ ଯେ ଗୃହରେ ଆଲୋଚନା କରାଯାଉ ନାରାବାଜୀ ନୁହେ। ଦେଶର ଲୋକମାନେ ଚାହାଁନ୍ତି ଯେ ସେମାନଙ୍କ ପ୍ରସଙ୍ଗ ଗୃହରେ ଆଲୋଚନା ହେଉ।’ ତଥାପି, ବିରୋଧୀ ସଦସ୍ୟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଲଗାତାର ନାରାବାଜୀ ଯୋଗୁଁ ଗୃହର ମର୍ଯ୍ୟାଦା ବଜାୟ ରଖିବା କଷ୍ଟକର ହୋଇପଡୁଥିଲା। ପରବର୍ତ୍ତୀ ସମୟରେ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲା। ପରେ ଯେତେବେଳେ ଆରମ୍ଭ ହୋଇଥିଲା ସମାନ ସ୍ଥିତି ଦେଖି ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ସାରା ଦିନ ପାଇଁ ସ୍ଥଗିତ ରଖାଯାଇଥିଲା।
ଲୋକସଭାରେ ଲଗାତାର ହଙ୍ଗାମା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଆଲୋଚନା ହେବା ସମ୍ଭବ ହେଉନି। ମଙ୍ଗଳବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବ, ଆଶା କରାଯାଉଛି ଯେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇପାରିବ ଏବଂ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ। ସଂସଦର ବଜେଟ ଅଧିବେଶନ ସମୟରେ ଲୋକସଭାରେ ଲଗାତାର ହଟ୍ଟଗୋଳ ଦେଖାଯାଉଛି। ପୂର୍ବାହ୍ନ ୧୧ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ପରେ, ଗୃହକୁ ମଧ୍ୟାହ୍ନ ୧୨ଟା ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ପରେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିବାକୁ ଚାହୁଁଥିଲେ, କିନ୍ତୁ ଅଧ୍ୟକ୍ଷ ସନ୍ଧ୍ୟା ରାୟ କହିଥିଲେ ଯେ ସେ ବଜେଟ ଉପରେ କହିପାରିବେ, କିନ୍ତୁ ଅନ୍ୟ କୌଣସି ବିଷୟରେ କହିବା ପାଇଁ କୌଣସି ନୋଟିସ୍ ମିଳିନାହିଁ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ,ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେସି ଭେନୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ରାହୁଲ ଗାନ୍ଧୀ କ’ଣ କହିବେ ତାହା ସ୍ପଷ୍ଟ କରିନଥିଲେ ? ଯଦି ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ଲଗାଇଲେ, ତେବେ ବାଚସ୍ପତି ଉତ୍ତର ଦେବା ପାଇଁ ସେଠାରେ ନାହାଁନ୍ତି। ହଟ୍ଟଗୋଳ ଜାରି ରହିବାରୁ, ମଙ୍ଗଳବାର ସକାଳ ୧୧ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।
ଆହୁରି ପଢନ୍ତୁ : ମହାରାଷ୍ଟ୍ରରେ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ: ୨୦୧ ଆସନରେ ବିଜେପି ଆଗୁଆ, ଶିବସେନା ଓ ଏନ୍ସିପି ଭିତରେ କଡ଼ା ଟକ୍କର