ନୂଆଦିଲ୍ଲୀ, ୧୩/୦୨ : ପାକିସ୍ତାନ ଉପରେ ଭାରି ପଡ଼ିବ ବିଏଲଏର ଏୟାର ୟୁନିଟ୍। ଆକାଶରୁ ବର୍ଷା କରିବ ନିଆଁ। ନୂଆ QAHR ୟୁନିଟ୍ ଘୋଷଣା କରିବା ସହ ଦୁଇ ମିନିଟ୍ ର ଏକ ଭିଡିଓ ସେୟାର ବିଏଲଏ। ପାହାଡ଼ିଆ ଅଞ୍ଚଳରେ ୨ ବିଏଲଏ ଯବାନ ଡ୍ରୋନ୍ ପରୀକ୍ଷଣ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖିବା ପରେ ପାକିସ୍ତାନ ଭିତରେ ଛନକା ପଶିଛି। ତେବେ ଏହି QAHR ୟୁନିଟ୍ କ'ଣ ?
ପାକିସ୍ତାନର ଅଶାନ୍ତ ପ୍ରାନ୍ତ ବେଲୁଚିସ୍ତାନରେ ସକ୍ରିୟ ଉଗ୍ରବାଦୀ ସଂସ୍ଥା ବିଏଲଏ ଏବେ ଯୁଦ୍ଧ ମଇଦାନରେ ଟେକ୍ନୋଲୋଜିର ବ୍ୟବହାର କରିବ। ବିଏଲଏ ଏବେ ଆଧୁନିକ ଏୟାର ଏବଂ ଡ୍ରୋନ୍ ୱାରଫେୟାର ୟୁନିଟ୍ QAHR ଗଠନ କରିଛି। ଏହି ୟୁନିଟ୍ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଡ୍ରୋନ୍ ଅପରେସନ୍ ଏବଂ ଆକାଶ ମାର୍ଗରେ ନଜର ରଖିବ। ବରିଷ୍ଠ କମାଣ୍ଡର ଅବଦ୍ଦୁଲ ବାସିତଙ୍କ ଦ୍ୱାରା ଏହି ୟୁନିଟ୍ କୁ ବିକଶିତ କରାଯାଇଛି। ଅବଦ୍ଦୁଲ ବାସିତ ଅତ୍ୟାଧୁନିକ ଯୁଦ୍ଧ ରଣନୀତି ଉପରେ ପ୍ରାଥମିକତା ଦେଉଛନ୍ତି।
ବିଏଲଏ ଦାବି କରିଛି ଯେ, QAHR ଗ୍ଵାଦରରେ ହୋଇଥିବା ସବୁଠୁ ବଡ଼ ଆକ୍ରମଣ 'ଅପରେସନ ହେରୋଫ ୨.୦' ସମୟରେ ଡ୍ରୋନ୍ ବ୍ୟବହାର କରିଥିଲା। ଏହି ଅପରେସନରେ ସୈନ୍ୟ ଠିକଣା ଏବଂ ବନ୍ଦର ଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା। ତେବେ ବିଏଲଏ ପୂର୍ବରୁ କେବଳ ଗରିଲା ଯୁଦ୍ଧରେ ସୀମିତ ଥିଲା। ଏହି ଦାବି ଯଦି ସତ ହୁଏ ତାହେଲେ ଉଗ୍ରବାଦୀଙ୍କ ନୂଆ ରଣକୌଶଳ ପାକିସ୍ତାନ ଉପରେ ଭାରି ପଡ଼ିବ। ବିଏଲଏର ନୂଆ ଡ୍ରୋନ୍ ସେନା ପାକିସ୍ତାନୀ ସେନା ଉପରେ ମୃତ୍ୟୁ ବର୍ଷା କରିବ।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନରେ ମହିଳା ଆତଙ୍କୀ ସଂଗଠନର ବିରାଟ ସମାବେଶ, ବୈଠକରେ ସାମିଲ ବହୁ ଆତଙ୍କୀ କମାଣ୍ଡରଙ୍କ ପତ୍ନୀ…