ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କୀ ସଂଗଠନ ସହ ସମ୍ପର୍କକୁ ସାରା ବିଶ୍ବ ଜାଣିଛି। ପାକିସ୍ତାନ ସରକାର ଆତଙ୍କୀ ସଂଗଠନ ଗୁଡିକୁ ସମର୍ଥନ କରିବା,ପାଣ୍ଠି ଯୋଗାଇବା ଘଟଣାକୁ ସାରା ବିଶ୍ବ ନିନ୍ଦା କରୁଛି। ସରକାରଙ୍କ ସମର୍ଥନ ପାଇଁ ବିଭିନ୍ନ ସମୟରେ ପାକିସ୍ତାନରେ ମଧ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକର ଖୋଲା ସମାବେଶ ଦେଖାଯାଉଛି। ଏବେ ପୁଣି ଥରେ ପାକିସ୍ତାନର ଲାହୋରରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଛି। ରିପୋର୍ଟ ଅନୁଯାୟୀ, ଲାହୋରରେ ଲସ୍କର-ଏ-ତୈବାର ମହିଳା ଶାଖାର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ପୂର୍ଣ୍ଣ ଘଟଣା କ’ଣ ?

ରିପୋର୍ଟ ଅନୁଯାୟୀ, ୯ ଫେବୃଆରୀ ୨୦୨୬ରେ ପାକିସ୍ତାନର ଲାହୋରର ଏୱାନ-ଏ-ଇକବାଲ କମ୍ପ୍ଲେକ୍ସରେ ଲସ୍କର-ଏ-ତୈବାର ମହିଳା ଶାଖା ତୈୟବତ ବ୍ୟାନର ତଳେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିବା ସୂଚନା ମିଳିଛି।

ଲସ୍କରର ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ବୈଠକ…

ସୂତ୍ର ଅନୁଯାୟୀ, ଲାହୋରରେ ଏହି ଲସ୍କର-ଏ-ତୈବା କାର୍ଯ୍ୟକ୍ରମର ନେତୃତ୍ୱ ଲସ୍କରର ମହିଳା ଶାଖାର ସାଧାରଣ ସମ୍ପାଦକ ଇଫତ ସଇଦ ନେଇଥିଲେ। ଅନେକ ବରିଷ୍ଠ କମାଣ୍ଡରଙ୍କ ପତ୍ନୀ ମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ସୂତ୍ର ଗୁଡ଼ିକ ଏହା ମଧ୍ୟ କୁହନ୍ତି ଯେ କାର୍ଯ୍ୟକ୍ରମ ସମୟରେ ଜିହାଦ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା।

ବୈଠକର ଉଦ୍ଦେଶ୍ୟ କ'ଣ ?

ବୈଠକକୁ ନେଇ ବିଶେଷଜ୍ଞ ମାନେ କୁହନ୍ତି ଯେ, ଏପରି ମଞ୍ଚ ବିଚାରଧାରାର ପ୍ରସାର ଏବଂ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ। ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ମୌଳବାଦୀ ଚିନ୍ତାଧାରା ବିସ୍ତାର କରିବା ଏବଂ ମହିଳା ଶାଖାକୁ ସକ୍ରିୟ କରିବା ପାଇଁ ପ୍ରୟାସ କରାଯାଏ, ସେତେବେଳେ ଏହା ଲସ୍କରର ଦୀର୍ଘକାଳୀନ ରଣନୀତିର ଏକ ସଙ୍କେତ ହୋଇପାରେ। ଏହା ବ୍ୟତୀତ, ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ ଆତଙ୍କବାଦୀ ସଂଗଠନର ପାଣ୍ଠି ଉପରେ ପ୍ରଶ୍ନ ଉଠାଯାଉଛି ।

ଏହା ସହ ପଢନ୍ତୁ : କର୍ଣ୍ଣାଟକରେ ପୁଣି ଚୌକି ପାଇଁ ଟଣାଓଟରା, ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଲେ ଡିକେ ଶିବକୁମାର, ରାଜ୍ୟରେ ମୁଣ୍ଡ ଟେକିଲା ତୃତୀୟ ମୋର୍ଚ୍ଚା…