ଭୁବନେଶ୍ୱର, ୨୧/୦୫: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର ବୁଥ୍ ଲେବଲ୍ ଏଜେଣ୍ଟ (ବିଏଲ୍ଏସ୍) ନିଯୁକ୍ତି ସମ୍ପର୍କିତ ଏକ ବୈଠକ ବିଏମ୍ସିରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସେପ୍ଟେମ୍ବର ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ବିଏମ୍ସି କମିଶନର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱରର ସମସ୍ତ ରାଜନୈତିକ ଦଳର ସଭାପତି ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରର ମଧ୍ୟ ବିଧାନସଭା(୧୧୨) ଉତ୍ତର ବିଧାନସଭା (୧୧୩) ଏବଂ ଏକାମ୍ର (୧୧୪) ବିଧାନସଭା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ହେବ । ଏଥିପାଇଁ ବିଏମ୍ସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏବେ ଭୋଟରଙ୍କ ବିବରଣୀ ଯାଞ୍ଚ, ସଂଶୋଧନ, ନୂଆ ଭୋଟରଙ୍କ ଅନ୍ତର୍ଭୁକ୍ତୀକରଣ, ଭୋଟର ତାଲିକାରୁ ବାଦଦେବା, ଭୋଟର ତାଲିକା ଅପଡେଟ୍ ଆଦି କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ତଥା ବୁଥ୍ ଲେଭଲ୍ ଅଫିସର (ବିଏଲ୍ଓ)ଙ୍କୁ ସହାୟତା କରିବା ପାଇଁ ସମସ୍ତ ରାଜନୈତିକ ଦଳ, ସେମାନଙ୍କର ବୁଥ୍ ସ୍ତରୀୟ ଏଜେଣ୍ଟ ଦେବାକୁ କୁହାଯାଇଛି । ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ ମେ ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅଧିକ ପଢ଼ନ୍ତୁ :- Maoist surrender: ରାଞ୍ଚିରେ ଆତ୍ମସମର୍ପଣ କରିବେ ମାଓନେତା ମିସିର! ମୁଖ୍ୟ ସ୍ରୋତରେ ସାମିଲ ହେବେ ୨୦ ନକ୍ସଲ
ମଇ ୩୦ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲିବେ ନିୟୋଜିତ ଅଧିକାରୀ । ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ସାଧାରଣ ଲୋକଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରାଯିବ । ଜୁଲାଇ ୫ ତାରିଖରୁ ସେପେ୍ମ୍ବର ୨ ତାରିଖ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ।