ଜଗତସିଂହପୁର, ୧୮।୭: କେନାଲ ପୋଲ ତଳୁ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ବିରିଡ଼ି ଥାନା ମଧ୍ୟଶାସନ ଟେଂତେରା ସାହି ନିକଟ କଟକ ମାଛଗାଁ ମୁଖ୍ୟ କେନାଲର ପୋଲ ତଳେ ଏକ ୬ ମାସର ଶିଶୁପୁତ୍ରର ମୃତଦେହ ଦେଖିବାକୁ ମିଳିଛି l କେହି ଯୁବତୀ କିମ୍ୱା ମହିଳାଙ୍କ ଅବାଞ୍ଝିତ ଗର୍ଭପାତ ହେବା ପରେ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି l
କିଛି ଲୋକ ଶିଶୁପୁତ୍ରଟି ମୃତ ଅବସ୍ଥାରେ ପଡ଼ିଥିବାର ଦେଖି ବିରିଡ଼ି ଥାନାକୁ ଖବର ଦେଇଥିଲେ । ପରେ ଜଗତସିଂହପୁର ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେକେ ଲୋକାଲ୍ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ତନୁଶ୍ରୀ ବେହେରାଙ୍କ ଉପସ୍ଥିତିରେ ଶିଶୁପୁତ୍ରଟିର ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।