ନରଣପୁର, ୨୬।୧୦: ଟ୍ରେନଲାଇନକୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ନରଣପୁର ପଞ୍ଚାୟତ ଅନ୍ତର୍ଗତ ହରିଡ଼ାଗୋଠ ରେଳ ଲାଇନରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହୁଡ଼କୋ କଲୋନୀରେ ରହୁଥିବା ଡମ୍ବରୁ ମହାନ୍ତ । ତାଙ୍କ ଘର ମଥୁରାପଶି ବୋଲି ଜଣାପଡ଼ିଛି ।