ମୋହନା, ୨୪।୫: ଚଳନ୍ତା ବସରୁ ବାହାରି ପଡିଲା ଚକା l ଚକା ବାହାରି ରାସ୍ତା କଡରେ ଥିବା ଏକ ଦୋକାନ ଭିତରେ ପଡିଗଲା l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ପିଡବ୍ଲୁଡି କାର୍ଯ୍ୟାଳୟ ନିକଟରେ l
ହରିହର ନାମକ ଏକ ଘରୋଇ ଯାତ୍ରୀବାହି ବସ ବ୍ରହ୍ମପୁର ରୁ ବ୍ରାହ୍ମଣୀଗାଁ ଯାଉଥିଲା l ବସ ଟି ଦ୍ରୁତ ଗତିରେ ଥିବାବେଳେ ଅନ୍ୟ ଏକ ବସକୁ ଓଭରଟେକ କରୁଥିଲା l ଏହି ସମୟରେ ବସର ଆଗ ଚକା ବାହାରି ପଡି ରାସ୍ତା କଡରେ ଥିବା ଏକ ଦୋକାନ ଭିତରେ ପଶି ଯାଇଥିଲା l ଚକା ବାହାରି ପଡିବା ପରେ ବସଟି କିଛି ଦୂର ଘୋଷାଡ଼ି ହୋଇ ଯାଇଥିଲା l ଡ୍ରାଇଭର ବସଟିକୁ ନିୟନ୍ତ୍ରଣ କରି ରାସ୍ତା କଡ଼କୁ ନେଇଯାଇଥିଲେ l ତେବେ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଛନ୍ତି ବସରେ ଥିବା ୫୦ ରୁ ଅଧିକ ଯାତ୍ରୀ ଓ ଦୋକାନ ମାଲିକ l
ଆହୁରି ପଢନ୍ତୁ : ଜମିବାଡି ବିବାଦ : ପୁତୁରା ଛୁରା ମାଡ଼ରେ ଦାଦା-ଖୁଡ଼ି ଗୁରୁତର