ଭୁବନେଶ୍ୱର ୦୨/୧୦: ଆଠମଲ୍ଲିକ ଧଳପୁର ମହାନଦୀ ବ୍ରିଜ୍ ମଝିରେ ଓଲଟିଲା ବୋଲେରେ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଅନ୍ୟ ଜଣେ ଯୁବକ। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର କିଛି ହୋଇ ନାହିଁ । ତେବେ ଦୁର୍ଘଟଣା ପରେ ରାସ୍ତା ମଝିରେ ଗାଡ଼ିଟି ପଡ଼ି ରହିବାରୁ ଅଧଘଣ୍ଟା ଧରି ଯାନବାହାନ ଅଟକି ରହିଥିଲା। ସ୍ଥାନୀୟ ଲୋକ ସହାୟତାରେ ବୋଲେରେକୁ ସିଧା କରିଥିଲେ। ରାସ୍ତାକଡ଼କୁ ବୋଲେରେକୁ ନିଆଯିବା ପରେ ଯାତାୟତ ଆରମ୍ଭ ହୋଇଥିଲା।