ବାଲେଶ୍ବର,୧୩।୭ : ବାଲେଶ୍ବର କୋର୍ଟକୁ ବୋମା ଧମକ। ବାଲେଶ୍ବର ଜିଲ୍ଲ ଦୌରାଜଜ କୋର୍ଟକୁ ଆସିଛି ବୋମା ଧମକ। କୋର୍ଟକୁ  ବୋମାରେ ଉଡାଇ ଦେବାକୁ ବିଚାରପତିଙ୍କ ନିକଟକୁ ଆସିଛି ଇମେଲ୍। ଧମକ  ଆସିବା ପରେ କୋର୍ଟ ପରିସରରେ ଲୋକେ ଭୟଭୀତ ହୋଇ ପଡିଥିଲେ। ତୁରନ୍ତ କୋର୍ଟ ପରିସରରୁ ସମସ୍ତଙ୍କୁ  ଖାଲି କରାଯାଇଥିଲା। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କୋର୍ଟ ପରିସରରେ ପୁଲିସ ମୃତୟନ ହୋଇଛି।  ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟ ପରିସରରେ ଛାନଭିନ କରୁଛନ୍ତି।

ସେହିପରି ଆଜି ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଧମକ ମଧ୍ୟ ଆସିଥିଳା। ବୋମା ଧମକ ଆସିବା ପରେ ପୁଲିସ ଓ ବମ୍ ସ୍କ୍ବାର୍ଡ ପହଞ୍ଚି କୋର୍ଟ ପରିସରରେ ଯାଞ୍ଚ କରିଥିଲେ। ଚଳିତ ଥରକୁ ମିଶାଇ ସମ୍ବଲପୁର ଜିଲ୍ଲା କୋର୍ଟକୁ ୪ ଥର ବୋମା ଧମକ ଆସିଲାଣି।

ଆହୁରି ପଢନ୍ତୁ : ବାଇକକୁ ଘୋଷାଡି ନେଲା ଟ୍ରକ, ବାପା ସହ ଚାଲିଗଲା ୨ ପୁଅଙ୍କ ଜୀବନ