ନୂଆଦିଲ୍ଲୀ: ଆମ ସମାଜରେ ସାଧାରଣତଃ ଲୋକମାନେ ବେଶ ପୋଷାକକୁ ଦେଖି ଲୋକଙ୍କ ମାନଦଣ୍ଡ ମାପିଥାନ୍ତି । ଯଦି ଆପଣ ଭଲ କପଡ଼ା ପିନ୍ଧୁଛନ୍ତି ଏବଂ ବାହାରେ ଦେଖାଇ ଖର୍ଚ୍ଚ କରୁଛନ୍ତି ତାହେଲେ ଅନେକ ଲୋକ ସେମାନଙ୍କୁ ଧନୀ ବୋଲି ଭାବନ୍ତି । କିନ୍ତୁ ଯଦି ଆପଣଙ୍କ ପୋଷାକ ଭଲନାହିଁ ଏବଂ ଛୋଟ ବ୍ୟବସାୟ କରୁଛନ୍ତି ଆଉ ଲୋକ ଆପଣଙ୍କ ପାଖରେ କିଛି ଦାମୀ ଜିନିଷ ଦେଖନ୍ତି ତାହେଲେ ସେମାନେ ଏହାକୁ ସହଜରେ ହଜମ କରିପାରନ୍ତି ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଆପଣମାନେ ଆଖପାଖରେ ଦେଖୁଥିବେ ନିଶ୍ଚୟ । ଏବେ ସୋସିଆଲ ମିଡିଆରେ ଠିକ୍ ସେଭଳି ଜଣେ ଟ୍ରେନରେ କାକୁଡ଼ି ବ୍ୟବସାୟୀଙ୍କ ଆଇଫେନକୁ ନେଇ ଚର୍ଚ୍ଚା ହେଉଛି ।
ट्रेन के सफर में क्या-क्या देखने को नहीं मिल जाता।
— Zeeshan waris (@Zeeshan75460423) July 13, 2026
पहली नज़र में तो मैं भी धोखा खा गया कि भाई के पास iPhone 16 कहाँ से आ गया
अब मैं भी सोच रहा हूँ यही ट्रेन में खीरा बेचने का काम शुरू कर दूं pic.twitter.com/o32r65CP5m
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକାଲ ଟ୍ରେନରେ ଜଣେ ଯୁବକ କାକୁଡ଼ି କିକୁଛନ୍ତି । ଆଉ ତାଙ୍କ ଅନ୍ୟଜଣେ ଯୁବକ ଡାକୁଛନ୍ତି ଏବଂ ଫୋନ୍ ଦେଖାଇବାକୁ କହୁଛନ୍ତି । ଆଉ ଯେତେବେଳେ ସେ ଫୋନ୍ ଦେଖାଇଛନ୍ତି ଏହା ଥିଲା ଆଇଫୋନ୍-୧୬ । ଯାହାକୁ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରାଯାଇଥିବାବେଳେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ଭିଡିଓରେ ବହୁ କମେଣ୍ଟମାନ ଆସୁଛି । ଯେଉଁଥିରେ ଜଣେ ୟୁଜର୍ସ ଲେଖିଛନ୍ତି କି, ଏବେ ଛୋଟ ଛୋଟ ବ୍ୟବସାୟୀ ଏଭଳି ରୋଜଗାର କରୁଛନ୍ତି କି, ଯାହାକି କଳ୍ପନା ବାହାରେ । ଏହାସହ ଅନ୍ୟଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ଆଇଫୋନ୍ ଧରିବା ଏବେ ଏକ ଷ୍ଟାଟସ ମେଣ୍ଟେନ ହୋଇଯାଇଛି । ଏହାସହ ଅନେକ କହିଛନ୍ତି କି, କେବେ କାହାକୁ ଦେଖି କିଛି କମେଣ୍ଟ କରିବା ପୂର୍ବରୁ ଜାଣିବା ଜରୁରୀ । ଅନେକ ଲୋକ ମତ ରଖିଛନ୍ତି ଯେ, କାମ କୌଣସି ବି ହେଉ, ଆଜିକାଲିର ସମୟରେ ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି।
କାହିଁକି ହେଉଛି ଭାଇରାଲ?
ଏହି ଭିଡିଓଟି ଏଥିପାଇଁ ଚର୍ଚ୍ଚାରେ ଅଛି କାରଣ, ସାଧାରଣତଃ ଆମେ ଜଣେ ବିକ୍ରେତାଙ୍କୁ ସାଧାରଣ ଫୋନ୍ ବ୍ୟବହାର କରୁଥିବାର ଦେଖିଥାଉ। କିନ୍ତୁ ଆଇଫୋନ୍-୧୬ ଭଳି ମହଙ୍ଗା ଫୋନ୍ ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି।
ଏହାସହ ପଢ଼ନ୍ତୁ : ଓ୍ବାସିଂ ମେସିନ୍ ଥିଲେ ରଖନ୍ତୁ ଧ୍ୟାନ, ଏହି ଭୁଲ୍ ପାଇଁ ଅଧିକ ଖର୍ଚ୍ଚ ହୁଏ ଇଲେକ୍ଟ୍ରି ବିଲ୍