ପୁରୀ, ୦୮/୦୮ : ଅଶାନ୍ତ ଶ୍ରୀକ୍ଷେତ୍ର। ପୁରୀରେ ପୁଣି ବୋମାମାଡ଼। ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି। ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଶୁକ୍ରବାର ପୁରୀ ନୂଆ ମୋଚି ସାହି ଛକ ନିକଟରେ ଥିବା ତୋଟା ଜାଗା ଘର ଉପରେ ବୋମାମାଡ଼ ହୋଇଛି। ତିନି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ତଦନ୍ତ ପରେ କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ବୋମାମାଡ଼ ହୋଇଥିବା ଜାଗା ଘରେ ଟାଉନ କଂଗ୍ରେସ କାର୍ଯ୍ୟାଳୟ ଚାଲିଥିବା ଜଣାପଡ଼ିଛି।