PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ଇନ୍ଦ୍ରମଣି ଜେନାଙ୍କ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ ଉନ୍ମୋଚିତ: ବିଶ୍ୱ ଜାଣିବ ଖାରବେଳଙ୍କ ବୀରତ୍ୱର ଗାଥା

ଭୁବନେଶ୍ୱର, ୨୪ ।୩(ବ୍ୟୁରୋ): ଗୀତଗୋବିନ୍ଦ ସଦନରେ ରବିବାର ଲେଖକ ଡ. ଇନ୍ଦମଣି ଜେନାଙ୍କ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଖାରବେଳଙ୍କ ଉପରେ ଲିଖିତ ଏହି ପୁସ୍ତକ ହେଉଛି ଇତିହାସ, କିମ୍ବଦନ୍ତୀ, ସାହିତ୍ୟ ଓ ଲୋକକଥାର ମିଶ୍ରଣ । ଲୋକକଥାକୁ ଆଧାର କରି ଓ ଐତିହାସିକ କଥାବସ୍ତୁକୁ ନେଇ ଏହି ବହି ଡ. ଜେନା ଲେଖିଛନ୍ତି । ଏହା ଏକ ଉପନ୍ୟାସ । ଖାରବେଳଙ୍କ ଗାରିମା, ବୀରତ୍ୱ ଓ ଖାରେବଳଙ୍କ ସମୟରେ ଓଡ଼ିଶାର ସ୍ଥିତି କିଭଳି ଥିଲା ତାହା ଏଥିରେ ଉଲ୍ଲେଖ ରହିଛି । ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ । ଶ୍ରୀ ମହାପାତ୍ର କହିଲେ, ପୁସ୍ତକରେ ଏତେ ତଥ୍ୟ ଆଧାରିତ ହୋଇଛି ଯେ ଏହାକୁ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରାଯାଉ । ଯାହାଦ୍ୱାରା ଖାରବେଳଙ୍କ ବୀରତ୍ୱର ଗାଥା ସମଗ୍ର ବିଶ୍ୱରେ ପରିଚିତ ହୋଇପାରିବ । ମୁଖ୍ୟବକ୍ତା ଭାବେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ କହିଲେ, ଖାରବେଳ କେବଳ ଦିଗ୍‌ବିଜୟୀ ରାଜା ନଥିଲେ ଓଡ଼ିଆ ସ୍ୱାଭିମାନକୁ ପୁନଃପ୍ରତିଷ୍ଠା କରିଥିଲେ । ଲୋକକଥାକୁ ନେଇ ରଚନା କରାଯାଇଥିବା ଏହି ପୁସ୍ତକ ସର୍ବାଦୃତ ହେବ । ଆଗାମୀ ଦିନରେ ଖାରେବଳଙ୍କ ପ୍ରତିମୂର୍ତ୍ତି ଖଣ୍ଡିଗିରି ଓ ଉଦୟଗିରିରେ ସ୍ଥାପନ କରାଯିବ ।

ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହେବ । ଏହାର ନେତୃତ୍ୱ ଇନ୍ଦ୍ରମଣୀ ଜେନା ନିଅନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ କହିଲେ । ବୌଦ୍ଧିକ ସମୀକ୍ଷକ ଭାବେ ରିଜିଓନାଲ କଲେଜର ପ୍ରାକ୍ତନ ଓଡ଼ିଆ ଭାଷା ପ୍ରଫେସର ଅଭିନ୍ନ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଇତିହାସ ଅଧ୍ୟାପକ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇ ପୁସ୍ତକ ବିଷୟରେ ନିଜର ମତ ରଖିଥିଲେ । କଥାକାର ଡ. ଗୌରହରି ଦାସ କାର୍ଯ୍ୟକ୍ରମରେ ସଭାପତତି୍ୱ କର ିପୁସ୍ତକକୁ ସିନେମାର ରୂପ ଦେବାକୁ କହିଥିଲେ ।