ନୂଆଦିଲ୍ଲୀ,୧୨।୩: ସାରା ବିଶ୍ୱରେ ଯୁଦ୍ଧ ଏବଂ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଉତ୍ତେଜନା ଯୋଗୁଁ, ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଚାହିଦା ହଠାତ୍ ବୃଦ୍ଧି ପାଇଛି। ଏହି କାରଣରୁ ହଠାତ ଗ୍ୟାସ୍ ବୁକିଂ କଲ୍ବି ବହୁ ମାତ୍ରାରେ ବଢି ଯାଇଛି। ମନି କନଟ୍ରୋଲର ସୂଚନା ଅନୁସାରେ, ସାଧାରଣ ଦିନ ତୁଳନାରେ ଏବେ ବୁକିଂ ସିଷ୍ଟମ ପାଇଁ ୮ ରୁ ୧୦ ଗୁଣା କଲ୍ ବୃଦ୍ଧି ପାଇଛି, ଯାହା ଫଳରେ ସିଷ୍ଟମ କିଛି ସମୟ ପାଇଁ କ୍ରାସ୍ ହୋଇଯାଇଥିଲା। ଏହି ଯାନ୍ତ୍ରିକ ସମସ୍ୟା ଯୋଗୁଁ, ଅନେକ ଲୋକ ଫୋନ୍, ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ସିଲିଣ୍ଡର ବୁକ୍ କରିପାରିଲେ ନାହିଁ। କିଛି ସହରରେ, ଗ୍ରାହକମାନେ ସିଧାସଳଖ ଗ୍ୟାସ୍ ଏଜେନ୍ସି କାର୍ଯ୍ୟାଳୟକୁ ଯାଇଥିଲେ, ଯାହା ଫଳରେ ଲମ୍ବା ଧାଡ଼ି ଲାଗିଥିଲା। ଗ୍ରାହକମାନେ ବାରମ୍ବାର କଲ୍ କରିବା ସତ୍ତ୍ୱେ ବୁକ୍ କରିପାରି ନ ଥିବା ଅଭିଯୋଗ କରିଥିଲେ।

ବିଶେଷଜ୍ଞଙ୍କ ମତରେ ଆନ୍ତର୍ଜାତୀୟ ସ୍ଥିତି ଏବଂ ଯୋଗାଣକୁ ନେଇ ଚିନ୍ତା ଲୋକଙ୍କୁ ସାମୂହିକ ଭାବରେ ସିଲିଣ୍ଡର ବୁକ୍ କରିବାକୁ ପ୍ରେରଣା ଦେଇଥିଲା, ଯାହା ଫଳରେ IVRS ଏବଂ ମିସ୍ଡ କଲ୍ ନମ୍ବର ଉପରେ ଚାପ ବୃଦ୍ଧି ପାଇଥିଲା। ଡିଲରମାନଙ୍କୁ ଏକ ବାର୍ତ୍ତାରେ, ଇଣ୍ଡେନ କହିଛି ଯେ ଅଧିକ ସଂଖ୍ୟକ କଲ୍ ସିଷ୍ଟମ ଉପରେ ଭାରୀ ଚାପ ପକାଇଥାଏ ଏବଂ ଅନେକ ସମୟରେ ଗ୍ରାହକମାନଙ୍କୁ କନେକ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

ସରକାର ଏଲପିଜି ସିଲିଣ୍ଡରର ବୁକିଂକୁ ନିୟନ୍ତ୍ରିତ କରିବା ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଇଛି। ଏବେ, ଗୋଟିଏ ସିଲିଣ୍ଡର ବୁକ୍ କରିବା ପରେ, ଆପଣଙ୍କୁ ଅନ୍ୟ ଏକ ସିଲିଣ୍ଡର ବୁକ୍ କରିବା ପାଇଁ ଅତି କମରେ ୨୫ ଦିନ ଅପେକ୍ଷା କରିବାକୁ ପଡିବ, ଯାହା ପୂର୍ବରୁ ୨୧ ଦିନ ଥିଲା। ଲୋକମାନେ ସିଲିଣ୍ଡରକୁ ଅଧିକ ବୁକିଂ କରିବାରୁ ରୋକିବା ଏବଂ ସମସ୍ତ ଗ୍ରାହକଙ୍କୁ ଠିକ୍ ସମୟରେ ଗ୍ୟାସ୍ ମିଳିବା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସିଷ୍ଟମ କ୍ରାସ୍ ଏବଂ ଭିଡ଼ ଯୋଗୁଁ ଅନେକ ସହରରେ ଏଲପିଜି ଯୋଗାଣ ପ୍ରଭାବିତ ହୋଇଛି। ସରକାର ‘ଇଣ୍ଡେନ’ ଗ୍ରାହକଙ୍କୁ ଧର୍ଯ୍ୟ ରଖିବାକୁ ଏବଂ ପାନିକ୍ ବୁକିଂ ଏଡାଇବାକୁ ଅନୁରୋଧ କରିଛନ୍ତି। ଭବିଷ୍ୟତରେ ହୋମ ଡେଲିଭରି ଏବଂ ବୁକିଂ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଆହୁରି ପଢନ୍ତୁ:ଏଲପିଜି ଗ୍ୟାସ୍‌ ସଙ୍କଟର ମୁକାବିଲା: ସୂର୍ଯ୍ୟଙ୍କ କିରଣରେ ହେବ ରୋଷେଇ, ଇଣ୍ଡିଆନ୍ ଅଏଲର ‘ସୋଲାର ଷ୍ଟୋଭ’ର ବଢିଲା ଚର୍ଚ୍ଚା