ନୂଆଦିଲ୍ଲୀ,୧୨।୩ : ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଏବଂ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଦେଶରେ ନୂତନ ରୋଷେଇ ବିକଳ୍ପ ବିଷୟରେ ଆଲୋଚନା ତୀବ୍ର ହୋଇଛି। ଅନେକ ଅଞ୍ଚଳରେ ଗ୍ୟାସ୍ ଅଭାବ ଏବଂ ଉଚ୍ଚ ମୂଲ୍ୟ ପାଇଁ ଲୋକେ ଏଲପିଜି ବିନା ରୋଷେଇ କରିବାର ବିକଳ୍ପ ଖୋଜୁଛନ୍ତି। ଏହା ଭିତରେ ଇଣ୍ଡିଆନ ଅଏଲର ଏକ ସୋଲାର କୁକିଂ ସିଷ୍ଟମ ‘ସୂର୍ଯ୍ୟ ନୂତନ’ ପୁଣିଥରେ ଚର୍ଚ୍ଚାରେ ଆସିଛି। ସବୁଠାରୁ ବଡ଼ କଥା ହେଲା ‘ଇଣ୍ଡିଆନ୍ ଅଏଲ’ ୫ ଦିନ ପୂର୍ବେ ନିଜର ଓ୍ବେବସାଇଟ୍ରେ ‘ସୂର୍ଯ୍ୟ ନୂତନ’ ବିଷୟରେ ଅପଡେଟ୍ କରିଥିଲା। ଏହାର ଅର୍ଥ ଗ୍ୟାସ୍ ସିଲିଣ୍ଡର ଅଭାବ ଭିତରେ ନୂଆ ବିକଳ୍ପକୁ ଲୋକେ ଖୋଜିବା ଆରମ୍ଭ କରିଛନ୍ତି। ତେବେ ଏହାକୁ ତୁରନ୍ତ କିଣିହେବନି। ଏଥିପାଇଁ ଓ୍ବେବସାଇଟ୍ରେ ଫର୍ମ ରହିଛି,ଯେଉଁଠୁ ଇନକ୍ବାରୀ କରିହେବ।
ଏହା ଏଭଳି ଏକ ସୋଲାର ଷ୍ଟୋଭ୍ ଯାହାକି ସୂର୍ଯ୍ୟଙ୍କ କିରଣରୁ ରୋଷେଇ କରିବାରେ ସାହାଯ୍ୟ କରିବ। ଏହାକୁ ରୋଷେଇ ଘର ଭିତରେ ବ୍ୟବହାର କରିହେବ।ଏହି ସିଷ୍ଟମ ‘ଇଣ୍ଡିଆନ୍ ଅଏଲ’ ଫରିଦାବାଦ ସ୍ଥିତ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରରେ ତିଆରି କରାଯାଇଛି। ଏହାକୁ ଘରେ ରୋଷେଇ ପାଇଁ ଏକ ଶସ୍ତା ବିକଳ୍ପ ଭାବରେ ବିବେଚନା କରାଯାଏ। ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଏହାକୁ ଯଦିଓ ଏକ ରିସର୍ଚ୍ଚ ଆଣ୍ଡ ଡେଭଲପ୍ ପ୍ରଡକ୍ଟ ଭାବରେ କହିଛି, ତଥାପି ୱେବସାଇଟ୍ରେ ପଚାର ପାଇଁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି। ‘ସୂର୍ଯ୍ୟ ନୂତନ’ ସାଧାରଣ ସୋଲାର କୁକରଠାରୁ ଅଳ୍ପ ଅଲଗା। ଏହା ଛାତ ଉପରେ ଲଗାଯାଇଥିବା ସୋଲାର ପ୍ୟାନେଲଠାରୁ ଶକ୍ତି ନେଇଥାଏ। ଏହା ଏକ କେବଲ ଜରିଆରେ ସେହି କିଚେନରେ ଲାଗିଥିବା କୁକଟପ୍ ପର୍ଯ୍ୟନ୍ତ ପହଁଞ୍ଚା ଯାଇଥାଏ। ଅର୍ଥାତ ଖାଦ୍ୟ ତିଆରି କରିବା ପାଇଁ ଷ୍ଟୋଭକୁ ଖରାରେ ରଖିବାର ଆବଶ୍ୟକତା ଦରକାର ପଡିନଥାଏ।
ଏହି ସିଷ୍ଟମରେ ଏକ ଖାସ୍ ଥର୍ମାଲ ବ୍ୟାଟେରୀ ମଧ୍ୟ ରହିଥାଏ,ଯାହାକି ସୂର୍ଯ୍ୟ ଶକ୍ତିକୁ ହିଟ୍ରେ ବଦଳାଇ ଷ୍ଟୋର କରିନେଇଥାଏ। ଯଦି ଦିନରେ ଖରା କମ୍ ରହିଥାଏ ତେବେ ସନ୍ଧ୍ୟା ସମୟରେ ମଧ୍ୟ ରୋଷେଇ କରିହେବ। ଏହି ଷ୍ଟୋଭ୍ ହାଇବ୍ରିଡ୍ ମୋଡ୍ରେ କାମ କରିଥାଏ। ଅର୍ଥାତ ଆବଶ୍ୟକତା ପଡିଲେ ଏହାକୁ ବିଜୁଳିରୁ ଚଳାଇ ହେବ। ଏହି କାରଣରୁ ବର୍ଷା କିମ୍ବା ଶୀତ ଦିନରେ ରୋଷେଇ କରିବା ଜାରି ରହିପାରେ।
‘ସୂର୍ଯ୍ୟ ନୂତନ’କୁ ଏଭଳି ଭାବରେ ଡିଜାଇନ୍ କରାଯାଇଛି ,ଯେଉଁଥିରେ ଘରର ଦୈନନ୍ଦିନ କାମକରିହେବ। ଏଥିରେ ଭାରତ, ଡାଲି, ରୁଟି ଏବଂ ସବୁ ପ୍ରକାର ଖାଦ୍ୟ ତିଆରି କରିବା ସମ୍ଭବ। ଗୋଟିଏ ପରିବାରର ଆବଶ୍ୟକତା ହିସାବରେ ଏହାକୁ ତିଆରି କରାଯାଇଛି। ଫଳରେ ପ୍ରତିଦିନ ରୋଷେଇକୁ ସହଜ କରିହେବ। ଇଣ୍ଡିଆନ ଅଏଲ ଏହି ସୋଲାର କୁକିଂ ସିଷ୍ଟମକୁ ଅଲଗା ଅଲଗା ଆବଶ୍ୟକତା ହିସାବରେ ତିନୋଟି ଭାରିଆଣ୍ଟରେ ଆଣିଛି।
ପ୍ରଥମ ମଡେଲ: ‘ସୂର୍ଯ୍ୟ ନୂତନ ଏଲ’ ଯାହାକି ଦିନର ସମୟରେ କୁକିଂ ପାଇଁ ତିଆରି କରାଯାଇଛି। ଏହାର ଦାମ୍ ପ୍ରାୟ ୧୨୦୦୦ରୁ ୧୫୦୦୦
ଦ୍ବିତୀୟ ମଡେଲ: ‘ସୂର୍ଯ୍ୟ ନୂତନ ଏଲ୍ଡି’, ଯାହାକି ଲଞ୍ଚ ଓ ଡିନର ଉଭୟ ପାଇଁ ବ୍ୟବହାର କରିହେବ। ଏହାର ଦାମ୍ ପ୍ରାୟ ୧୮ ହଜାରରୁ ୨୨ ହଜାର ଟଙ୍କା ଆଖପାଖ ରହିଛି।
ତୃତୀୟ ଓ ସବୁଠାରୁ ଆଡଭାନ୍ସ ମଡେଲ: ‘ସୂର୍ଯ୍ୟ ନୂତନ ଏଲଡିବି’, ଯାହାକି ପୁରା ଦିନ ଅର୍ଥାତ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ତିନି ସମୟ ରୋଷଇ କରିହେବ। ଏହାର ଦାମ୍ ୨୩,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପରେ।
ଆହୁରି ପଢନ୍ତୁ: ଭାରତର ଜାହାଜକୁ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ବାଟ ଦେଇ ଯିବାକୁ ମିଳିନି ମଞ୍ଜୁରୀ, ଇରାନ ସୁତ୍ରରୁ ଦାବି