ନୂଆଦିଲ୍ଲୀ ୨୪/୦୧: ୨୦୨୬ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବର୍ଡର-୨’ ଗଣତନ୍ତ୍ର ଦିବସ ପୂର୍ବରୁ ଥିଏଟରରେ ରିଲିଜ୍ କରିଛି। ଫିଲ୍ମଟି ରିଲିଜ୍ ହେବା ପରେ ସାରା ଦେଶରେ ଚହଳ ପକାଇଛି। ସମାଲୋଚକଙ୍କ ଠାରୁ ନେଇ ଦର୍ଶକ ସମସ୍ତେ ଫିଲ୍ମକୁ ପ୍ରଶଂସା କରିବାରେ କୌଣସି ମଉକା ଛାଡ଼ି ନାହାଁନ୍ତି। ଏଥି ସହିତ, ‘ବର୍ଡର ୨’ ଏକ ବ୍ଲକବଷ୍ଟର ଓପନିଂ କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି।
ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ଶେଟ୍ଟୀ ଅଭିନୀତ 'ବର୍ଡର ୨' ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ଆଡଭାନ୍ସ ବୁକିଂରେ ଏହା ୧୭ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା। ଏଥିସହିତ ରିଲିଜର ପ୍ରଥମ ଦିନରେ ଥିଏଟର ବାହାରେ ଦର୍ଶକଙ୍କ ଜବରଦସ୍ତ ଭିଡ ଜମିଥିଲା। ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ ଓପନିଂ କରିଥିଲା। ସାକନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ବର୍ଡର ୨' ରିଲିଜର ପ୍ରଥମ ଦିନରେ ୩୦ କୋଟି ଟଙ୍କା ସହିତ ଆରମ୍ଭ କରିଛି। ଏହା କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୨୨ଟି ଫିଲ୍ମର ପ୍ରଥମ ଦିନର ଆୟ ରେକର୍ଡ ଭାଙ୍ଗିଛି।
ଆହୁରି ପଢନ୍ତୁ... ଅସ୍କାର ନୋମିନେସନ୍-୨୦୨୬;‘ସିନର୍ସ’କୁ ୧୬, ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’କୁ ୧୩
ତେବେ 'ବର୍ଡର ୨' ର ପ୍ରଥମ ଦିନର ଆୟକୁ ଦେଖିଲେ ଲାଗୁଛି ଯେ ସପ୍ତାହାନ୍ତରେ ଏହାର ରୋଜଗାର ବୃଦ୍ଧି ପାଇବ ଏବଂ ଏହା ଦୃଢ଼ କଲେକ୍ସନ କରି ୧୦୦ କୋଟି ଟଙ୍କା ଅତିକ୍ରମ କରିବ। ସୋମବାର ଦିନ ଗଣତନ୍ତ୍ର ଦିବସର ଛୁଟି, ଏବଂ ଫିଲ୍ମଟି ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି।