ପୁରୀ ୨୧।୭ : ଚଳିତ ରଥଯାତ୍ରା ଅବସରରେ ଭାରତୀୟ ସୁଟର ପଦ୍ମଶ୍ରୀ ଗଗନ ନାରଙ୍ଗ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପ ରେ ଦର୍ଶନ କରିଛନ୍ତି।ଦର୍ଶନ ପରେ ନିଜ ପ୍ରତିକ୍ରିୟାରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି କହିଛନ୍ତି। ଏଥି ସହ ଏହି ଅନୁଭବ ସାରା ଜୀବନ ମନେ ରହିବ ବୋଲି ଭାବ ବିହ୍ବଳ କଣ୍ଠରେ କହିଥିଲେ।

ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ପିନାକ ମିଶ୍ର,କ୍ରୀଡା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଶ୍ରୀ ନାରଙ୍ଗଙ୍କୁ ସ୍ବାଗତ କରିଥିଲେ।

ସୂଚନାଯୋଗ୍ୟ ଯେ, ପଦ୍ମଶ୍ରୀ ଶ୍ରୀ ନାରଙ୍ଗ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଅଲିମ୍ପିକ୍ସ ପଦକ ଜିତିଥିଲେ। ସେ ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଏକ କାଂସ୍ୟ ପଦକ ହାସଲ କରିଥିଲେ। ଯାହା ଅଲିମ୍ପିକ୍ସର ସେହି ସଂସ୍କରଣରେ ଭାରତର ପ୍ରଥମ ପଦକ ଥିଲା।