ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୀମାନ୍ତରେ ଗୁଳି ବିନିମୟ ; ୧୭ଲକ୍ଷ ପୁରସ୍କାର ଘୋଷିତ , ୪ ମାଓବାଦୀ ମୃତ

Published By : Gurupada Nath | July 27, 2025 10:21 PM

Image source: NBT

ମାଲକାନଗିରି,୨୭/୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲା ବାସାଗୁଡ଼ା ଜଙ୍ଗଲରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଫଳରେ ୧୭ଲକ୍ଷ ପୁରସ୍କାର ଘୋଷିତ ୪ମାଓବାଦୀଙ୍କର ମୃତ୍ୟୁ ଘଟିବା ସହ ଏସଏଲ ଆର, ଇନସାସ ୪ଟି ବନ୍ଧୁକ, ବହୁ ପରିମାଣର ଗୋଳାବାରୁଦ ଜବତ ହୋଇଛି । ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଡିଆରଜି, ଏସଟିଏଫ ଯବାନମାନେ ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲକୁ କୁମ୍ବିଂ ଅପରେସନରେ ଯାଇଥିଲେ । ସେଠାରେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ  ଏସିଏମ କ୍ୟାର୍ଡର ମାଓବାଦୀ ହୁଙ୍ଗା, ଲକେଶ, ଭୀମଙ୍କର ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମୁଣ୍ଡ ଉପରେ ୫ଲକ୍ଷ ଲେଖା ଟଙ୍କା ପୁରସ୍କାର ଘୋଷଣା ହୋଇଛି । ଅନ୍ୟ ଜଣେ ମୃତ ମାଓବାଦୀ ହେଲେ ରାହୁଲ ତାଙ୍କ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.