ସୋର, ୧୩।୪ :  ଶୌଚ ହେବାକୁ ପୋଖରୀକୁ ଯାଇଥିବା ବେଳେ ବୁଡିଯାଇ ନାବାଳକ ମୃତ। ବାଲେଶ୍ଵର ଜିଲ୍ଲା ଖଇରା ଥାନା କଳମଚୁଆ ଗ୍ରାମରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣକ ହେଲେ  ଅଶୋକ ପାତ୍ର।  ସେ ହରିପୁର ହାଇସ୍କୁଲରେ ନବମ  ଶ୍ରେଣୀର ଛାତ୍ର ଥିଲେ

କଳମଚୁଆ ଗ୍ରାମର କୈଳାସ ଚନ୍ଦ୍ର ପାତ୍ରଙ୍କ ବଡ଼ପୁଅ ଅଶୋକ ସାଙ୍ଗମାନଙ୍କ ସହିତ ଖେଳିଵାକୁ ଯାଇଥିଲେ। ଏହି ସମୟରେ  ଗାଁ ରେ ଥିବା ମହାଦେବ ପୋଖରୀ କୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ଖବର ପାଇ ଉଦ୍ଧାର କରି ଖଇରା ମେଡିକାଲ କୁ ଆଣି ଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।