ପ୍ରମୂଖ ଖବର
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପୋଖରୀରେ ବୁଡି ନାବାଳକ ମୃତ

Published By : Prameya | April 13, 2025 5:01 PM

ସୋର, ୧୩।୪ :  ଶୌଚ ହେବାକୁ ପୋଖରୀକୁ ଯାଇଥିବା ବେଳେ ବୁଡିଯାଇ ନାବାଳକ ମୃତ। ବାଲେଶ୍ଵର ଜିଲ୍ଲା ଖଇରା ଥାନା କଳମଚୁଆ ଗ୍ରାମରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣକ ହେଲେ  ଅଶୋକ ପାତ୍ର।  ସେ ହରିପୁର ହାଇସ୍କୁଲରେ ନବମ  ଶ୍ରେଣୀର ଛାତ୍ର ଥିଲେ

କଳମଚୁଆ ଗ୍ରାମର କୈଳାସ ଚନ୍ଦ୍ର ପାତ୍ରଙ୍କ ବଡ଼ପୁଅ ଅଶୋକ ସାଙ୍ଗମାନଙ୍କ ସହିତ ଖେଳିଵାକୁ ଯାଇଥିଲେ। ଏହି ସମୟରେ  ଗାଁ ରେ ଥିବା ମହାଦେବ ପୋଖରୀ କୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ଖବର ପାଇ ଉଦ୍ଧାର କରି ଖଇରା ମେଡିକାଲ କୁ ଆଣି ଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.