​​​​​​​ଲାଞ୍ଜିଗଡ଼,୯/୯(ଆପ୍ର)- : କଳାହାଣ୍ଡି ଲାଞ୍ଜିଗଡ଼ ଥାନା ବିଲାଟିପଦର ଛକ ଠାରେ  ଦୁର୍ଘଟଣା ସାଇକେଲ ଯାଉଥିବା ​‌ ଜଣେ ଛାତ୍ର ଉପରେ  ମାଡିଗଲା ହାଇଓ୍ବା ଏଥିରେ ଘଟଣାସ୍ଥଳରେ ଛାତ୍ର ଜଣକ  ମୃତ୍ୟୁ ଘଟିଛି ମୃତ  ନାବାଳକ ଜଣକ ହେଲେ ଅମ୍ବାଦୋଲା ବୁଟି ମାଝୀ l ଦୁର୍ଘଟଣା ଘଟାଇ ଥିବା ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ଉତ ଦେଖା ଦେଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହଶହ ଯାନବାହନ। ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି

ମଙ୍ଗଳବାର ଅପରାହ୍ନ ସମୟରେ ବିଲାଟିପଦର ଗାଁରେ ରହି ପାଠ ପଢ଼ୁଥିବା ବୁଟି ମାଝୀ ସାଇକେଲ ନେଇ ଛକ ଆଡ଼େ ଯାଇଥିଲେ।  ହଠାତ ବିଶ୍ୱନାଥପୁରରୁ ଲାଞ୍ଜିଗଡ଼ ଯାଉଥିବା ଏକ ହାଇୱା ତାଙ୍କୁ ଜୋରରେ ଧକ୍କା ହେଲା। ଏହି ଧକ୍କାରେ ଘଟଣାସ୍ଥଳରେ ବୁଟିର ଜୀବନ ଚାଲି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।