ବାଲିପାଟଣା, ୧୭।୮ : ବାଲିପାଟଣା ଥାନା କୁଳନ୍ତିରା ଶାସନରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ କୁଳନ୍ତିରା ଶାସନ ଗ୍ରାମର ଅକ୍ଷୟ ଭୋଇଙ୍କ ୧୦ ବର୍ଷିୟ ପଅ ଚନ୍ଦନ ଭୋଇ ।
ଚନ୍ଦନଙ୍କ ଘର ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ ରହିଛି । ପୋଲ ରୁ ଷ୍ଟେ ଭିଡ଼ାଯାଇ ଏକ ଗଛରେ ବାନ୍ଧିଥିଲେ ବିଦ୍ୟୁତ କର୍ମଚାରୀ । ଷ୍ଟେ ତାରରେ ବିଦ୍ୟୁତ୍ ଚାର୍ଜ ହୋଇଥିଲା । ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବିଦ୍ୟୁତ କର୍ମଚାରୀ ଏହି ଷ୍ଟେ ତାରକୁ ହଟାଇ ନ ଥିଲେ । ରବିବାର ଚନ୍ଦନ ଉକ୍ତ ଷ୍ଟେ ତାର କୁ ଧରି ଦେଇଥିଲେ । ଏଥିରେ ଚନ୍ଦନଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଗାଁ ଲୋକେ ଏହା ଦେଖି ଚନ୍ଦନଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ଚନ୍ଦନଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ଜଣାପଡିବା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହେବା ସହ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ଗାଁ ଲୋକେ ।