ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର

ନୂଆଦିଲ୍ଲୀ,୨୧/୦୫: ଓଡ଼ିଶା ପିସିସି ସଭାପତିଙ୍କ ନାମ ବ୍ରଜରାଜନଗର ଉପନିର୍ବାଚନ ପରେ ହେବ ବୋଲି ଜଣାପଡ଼ିଛି । ଏଆଇସିସିର ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର ପ୍ରମେୟକୁ କହିଛନ୍ତି, ଓଡ଼ିଶାର ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ତାହା ଚୂଡ଼ାନ୍ତ ହୋଇସାରିଛି ।
ରାଜ୍ୟରେ ଏବେ ଏକ ବିଧାନସଭା ଉପନିର୍ବାଚନ ଚାଲିଛି । ଉପନିର୍ବାଚନ ସହ ପିସିସି ସଭାପତିଙ୍କ ନାମ ଘୋଷଣାର କି ସଂପର୍କ ରହିଛି ବୋଲି ପଚରାଯିବାରୁ ସେ ଏହାକୁ ଏଡ଼ାଇ ଦେଇଥିଲେ । ପୂର୍ବରୁ କୁହାଯାଇଥିଲା, ଉଦୟପୁରଠାରେ କଂଗ୍ରେସ ଦଳର ଚିନ୍ତିନ ଶିବିର ଶେଷ ପରେ ଓଡ଼ିଶା ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବ । ବର୍ତ୍ତମାନ କିନ୍ତୁ ବ୍ରଜରାଜନଗର ଉପନିର୍ବାଚନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।