ନୂଆଦିଲ୍ଲୀ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗିଲ୍ ବାହିନୀ । ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । RCB ପ୍ରଥମେ ବ୍ରାଟିଂ କରୁଥିବାବେଳେ ଦଳ ବିଶାଳ ସ୍କୋରର ଲକ୍ଷ୍ୟ ରଖିବା ପାଇଁ ଚେଷ୍ଟା କରିବ । କାରଣ ଆଜିର ମ୍ୟାଚ ଜିତିଲେ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିବ । ସେପଟେ ଚଳିତ ବର୍ଷ ପ୍ରଥମ ମୁକାବିଲା RCB ଗୁଜୁରାଟକୁ ହରାଇଥିବାବେଳେ ଗିଲ୍ ବାହିନୀ ବଦଲା ନେବା ଲକ୍ଷ୍ୟରେ ରହିବ । ଘରୋଇ ଗ୍ରାଉଣ୍ଡରେ ଦବଦବା ଦେଖାଇବାକୁ ପ୍ରୟାସ କରିବ ।

ଗତ ୨୪ ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।

ଆଜି ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଗୁଜରାଟ ଶୃଙ୍ଖଳିତ ବୋଲିଂ କରି ବେଙ୍ଗାଲୁରୁ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଠା କରିବ । ଦଳର ଭାଗ୍ୟ ମୁଖ୍ୟତଃ ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମସମ୍ମଦ ସିରାଜଙ୍କ ବୋଲିଂ ଉପରେ ନିର୍ଭର କରିବ ।ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୭ଥ ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଚମତ୍କାର ଫର୍ମରେ ରହିଥିବା ବେଙ୍ଗାଲୁରୁ ଆଜି ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି ।

ଗୁଜରାଟ ପକ୍ଷରୁ ଶୁଭମନ ଗିଲଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଇତି ମଧ୍ୟରେ ୩୩୦ ରନ ସଂଗ୍ରହ କରିସାରିଛନ୍ତି । ସେହିପରି ସୁଦର୍ଶନଙ୍କୁ ମଧ୍ୟ ଶାନ୍ତ ରଖିବାକୁ ବେଙ୍ଗାଲୁରୁ ରଣନୀତି ପ୍ରସ୍ତୁତ କରିବ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ରଜତ ପାତିଦାରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କାଗିସୋ ରାବାଡ଼ା ୱିକେଟ୍ ହାତେଇ ପାରି ନଥିଲେ । ମାତ୍ର ସେ ଚମତ୍କାର ଫର୍ମରେ ରହିଛନ୍ତି ଓ ଇତି ମଧ୍ୟରେ ୧୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଦିଲ୍ଲୀ ବିପକ୍ଷ ମୁକାବିଲା ଭଳି ବେଙ୍ଗାଲୁରୁର ଦୁଇ ପେସ୍ ବୋଲର ଜୋସ ହାଜେଲଉଡ୍ ଓ ଭୁବନେଶ୍ୱର କୁମାର ପୁଣିଥରେ ଘାତକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ଗୁଜରାଟ ବ୍ୟାଟରଙ୍କୁ ଉଭୟଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ ।

​​​​​​​ଏହାସହ ପଢ଼ନ୍ତୁ : Virat Kohli Record: ବିରାଟଙ୍କ ଆଗରେ ବଡ଼ ରେକର୍ଡ, ଆଜି ୧୦୬ ରନ୍ କଲେ ରଚିବେ ଇତିହାସ