କୋଣାର୍କ,୪/୬ : ଗୁରୁବାର ଅପରାହ୍ନରେ ବ୍ରିକ୍ସ ଦେଶର ପ୍ରତିନିଧି ମଣ୍ଡଳୀ କୋଣାର୍କ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ଋଷ, ଭାରତ, ଚୀନ, ବ୍ରାଜିଲ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ଦେଶର ପ୍ରତିନିଧିମାନେ ଗୁରୁବାର ଅପରାହ୍ନରେ ଏଠାରେ ପହଂଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମସ୍ତ ବିଦେଶୀ ପ୍ରତିନିଧି ସୂର୍ଯ୍ୟ ମନ୍ଦିର ବୁଲିଥିଲେ ।
ସ୍ୱୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ, ପ୍ରଦୀପ୍ତ ମଲ୍ଲ, ଆଭାସ ମହାନ୍ତି ସୂର୍ଯ୍ୟ ମନ୍ଦିର ଇତିହାସ ସମ୍ପର୍କରେ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, କୋଣାର୍କ ଆଇଆଇସି ପ୍ରଶାନ୍ତ କୁମାର ପଢିୟାରୀ, ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।