ଉଦଳା,୩/୭ : ସାଙ୍ଗ ସହିତ ଗଲେ, ହେଲେ ଶବ ହୋଇ ଫେରିଲେ । ଗାଁ ପୋଖରୀକୁ ସାଙ୍ଗ ସହିତ ଯାଇଥିବା ବେଳେ ପାଣିରେ ବୁଡ଼ି ଚାଲିଗଲା ଜଣେ ୭ବର୍ଷ ନାବାଳିକାର ଜୀବନ । ଝିଅକୁ ଖୋଜିବା ପାଇଁ ଗୁଣିଆର ସାହାଯ୍ୟ ନେଲେ ପରିବାର ଲୋକେ । ଶେଷରେ ସେହି ପୋଖରୀରୁ ମିଳିଲା ମୃତଦେହ।

ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଉଠାଣି ସାହି ଗ୍ରାମରେ। ଗ୍ରାମର ବାବୁଲି ନାଏକଙ୍କ ୭ବର୍ଷ ଝିଅ ରାଜଲକ୍ଷ୍ମୀ ଆଜି ସକାଳ ସମୟରେ ତାଙ୍କ ସାଙ୍ଗ ଅନିଶାଙ୍କ ସାଙ୍ଗରେ ଗ୍ରାମ ନିକଟ ପୋଖରୀ ପାଖକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ରାଜଲକ୍ଷ୍ମୀ ଘରକୁ ଫେରି ନ ଥିଲେ। ଲେ ଝିଅ କୁଆଡେଗଲା ତାହା ଜାଣି ନ ପାରି ପରିବାର ଲୋକେ ଦୁଇ ଜଣ ଗୁଣିଆର ସାହାଯ୍ୟ ନେଇଥିଲେ। ଗୁଣିଆ ଗ୍ରାମର ଏକ ପୋଖରୀରେ ଝିଅ ପଡ଼ିଥିବା କହିବା ପରେ ପରିବାର ଲୋକେ ୩ଘଣ୍ଟା ପରେ ସେଠାରେ ପହଞ୍ଚି ଝିଅକୁ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।