PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବ୍ରାଉନସୁଗର ହୋମ୍‌ ଡେଲିଭରି, ଧରାପଡ଼ିଲେ ଦୁଇ ବେପାରୀ

ଭୁବନେଶ୍ୱର,୪ ।୨(ବ୍ୟୁରୋ): ଏଣିକି ଘରେ ବସି ପାଇ ପାରିବେ ବ୍ରାଉନ୍‌ସୁଗର(ଧଳା ଜହର) । ଆଉ ଆପଣଙ୍କୁ ବେପାରୀଙ୍କ ପାଖକୁ ଯିବାକୁ ପଡ଼ିବନି । କାରଣ ଧଳା ଜହର ବେପାରୀମାନେ ଏବେ ହୋମ୍‌ ଡେଲିଭରି କରୁଛନ୍ତି । ଫୋନ୍‌ କଲାମାତ୍ରେ ପାଖରେ ପହଞ୍ଚାଇ ଦେଉଛନ୍ତି । ଏଭଳି ହୋମ୍‌ ଡେଲିଭରି କରୁଥିବା ଦୁଇ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ପାତ୍ରପଡ଼ାର ମୁନା ସେଠୀ(୨୬) ଓ ଘାଟିକିଆର ରାଘବ ଦାସ(୩୦) । ଦୁଇ ଜଣଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ୍‌ସୁଗର ଓ ଏକ ବାଇକ୍‌ ଜବତ ହୋଇଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୁନା ଓ ରାଘବ ଆଜି ବ୍ରାଉନ୍‌ସୁଗର ହୋମ୍‌ ଡେଲିଭରି ଦେବା ପାଇଁ ଯାଉଥିବା ବେଳେ ନାକାଗେଟ୍‌ ନିକଟରେ ଅବକାରୀ ଟିମ୍‌ ଚଢ଼ଉ କରି ସେମାନଙ୍କୁ ଧରିଥିଲେ । ଉଭୟଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ୍‌ସୁଗର ଓ ଏକ ବାଇକ୍‌ (ଓଡି୩୩କେ-୭୦୩୫) ଜବତ କରିଥିଲେ । ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ମୁନା ପୂର୍ବରୁ ମଧ୍ୟ ଗିରଫ ହୋଇ ଜେଲ୍‌ ଯାଇଥିଲା ବୋଲି ଅବକାରୀ ବିଭାଗ କହିଛି । ଭୁବନେଶ୍ୱର ଅବକାରୀ ବିଭାଗ ଆଇଆଇସି ପ୍ରଭାତ କୁମାର ସେଠୀଙ୍କ ନେତୃତ୍ୱରେ ଏସ୍‌ଆଇ ସୁଜିତ ମୁଦୁଲି, ହୃଦୟାନନ୍ଦ ସାମନ୍ତ ଓ ଅନ୍ୟ କର୍ମଚାରୀମାନେ ଚଢ଼ଉରେ ସାମିଲ୍‌ ଥିଲେ ।

ସମ୍ବନ୍ଧିତ ଖବର