ନୂଆଦିଲ୍ଲୀ,୧୭/୦୧: ପ୍ରତିବର୍ଷ ପରି ଏଥର ବି ଫେବ୍ରୁଆରୀ ୧ ତାରିଖରେ ସାଧାରଣ ବଜେଟ ଆଗତ ହେବ । ଯଦିଓ ଏ ବର୍ଷ ଫେବ୍ରୁଆରୀ ୧ ରବିବାର ପଡୁଛି, ଏହାସତ୍ତେ୍ୱ ସେୟାର ବଜାର ସାଧାରଣ ଦିନ ପରି ଖୋଲିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ଶୁକ୍ରବାର ଏକ ସର୍କୁଲାର ଜାରି କରି ଏ ସୂଚନା ଦେଇଛନ୍ତି ।

ଏକ୍ସଚେଞ୍ଜ ଅନୁସାରେ, ବଜେଟ୍ ଦିନ ନିବେଶକ ଏବଂ ଟ୍ରେଡର ବଜାରର ପ୍ରତିକ୍ରିୟା ଦେଖିବେ, ସେଥିପାଇଁ ରବିବାର ସ୍ୱତନ୍ତ୍ର ଟ୍ରେଡିଂ ସେସନ୍ ରଖିବାର ନିଷ୍ପତ୍ତି ନିଆଯାଇଛି । ବିଏସ୍ଇ ଏବଂ ଏନ୍ଏସ୍ଇ ପକ୍ଷରୁ ଜାରି ହୋଇଥିବା ସର୍କ୍ୟୁଲାର ଅନୁସାରେ, ଫେବ୍ରୁଆରୀ ୧ ରବିବାର ବଜାରର ସମୟସୂଚୀ ସାଧାରଣ ଦିନଗୁଡ଼ିକ ଭଳି ରହିବ । ସକାଳ ୯ଟାରୁ ୯ଟା ୮ ପର୍ଯ୍ୟନ୍ତ ପ୍ରୀ-ଓପନ୍ ସେସନ୍ ହେବ । ଏହାପରେ ସକାଳ ୯.୧୫ରୁ ସାଧାରଣ ଟ୍ରେଡିଂ ଆରମ୍ଭ ହେବ, ଯାହା ଅପରାହ୍ନ ୩.୩୦ଯାଏ ଚାଲିବ । ଇକ୍ୱିଟି ସହ ଡେରିଭେଟିଭ୍‌ସ (ଏଫ୍ ଆଣ୍ଡ୍ ଓ) ସେଗ୍‌ମେଣ୍ଟରେ ବି ସମାନ ସମୟରେ କାରବାର ହେବ ।