ନୂଆଦିଲ୍ଲୀ,୪।୧: ଭାରତ ବାଂଲାଦେଶ ଭିତରେ ବଢୁଥିବା ବିବାଦ ଭିତରେ, ଦକ୍ଷିଣ ବଙ୍ଗଳା ଫ୍ରଣ୍ଟିୟରର ସୀମା ସୁରକ୍ଷା ବଳ(ବିଏସ୍ଏଫ) ମାନବିକତା ସୃଷ୍ଟି କରିଛି। ବିଏସ୍ଏଫ୍ ଗୁରୁବାର ଏକ ବାଂଲାଦେଶୀ ମହିଳାଙ୍କୁ ତାଙ୍କ ମୃତ ଭାରତୀୟ ଭାଇଙ୍କ ଅନ୍ତିମ ଦର୍ଶନ କରିବାରେ ସାହାଯ୍ୟ କରିଛି। ଗଙ୍ଗୁଲ ଗ୍ରାମ ପଞ୍ଚାୟତ ସଦସ୍ୟ ମୁସ୍ତଫାପୁର ସୀମା ପୋଷ୍ଟର କମ୍ପାନୀ କମାଣ୍ଡରଙ୍କୁ ସୂଚିତ କରିଥିଲା ଯେ, ଗାଁର ନିବାସୀ ଅବଦୁଲ ଖାଲିଦ ମଣ୍ଡଳଙ୍କ ପରଲୋକ ହୋଇଛି। ମଣ୍ଡଳଙ୍କ ଭଉଣୀ ବାଂଲାଦେଶର ସରଦାର ବାରିପୋଟା ଗାଁରେ ରୁହନ୍ତି। ସେ ନିଜ ଭାଇଙ୍କ ଅନ୍ତିମ ସଂସ୍କାର ଦେଖିବାର ଇଛା ପ୍ରକାଶ କରିଛି।
ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, କମ୍ପାନୀ କମାଣ୍ଡର ଏହି ମାମଲାକୁ ଗମ୍ଭୀରତାର ସହ ନେଇ ବର୍ଡର ଗାର୍ଡସ ବାଂଲାଦେଶ(ବିଜିବି) ସହ ଯୋଗାଯୋଗ କରିଥିଲା। ଏହାପରେ ଶୂନ୍ୟ ରେଖା(ଇଣ୍ଟର ନ୍ୟାସନାଲ ବର୍ଡର)ରେ ଏକ ବୈଠକ ବ୍ୟବସ୍ଥା କରାଯାଇଥିଲା। ମୁସ୍ତାଫାପୁର ସୀମା ଚୌକି ନିକଟରେ ଜିରୋ ପଏଣ୍ଟରେ ମଣ୍ଡଳଙ୍କ ଭଉଣୀ ଓ ତାଙ୍କର ଅନ୍ୟ ପରିବାର ଲୋକ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ଏହି ମାନବୀୟ ପଦକ୍ଷେପ ପାଇଁ ଦୁଇ ଦେଶର ସୀମା ସୁରକ୍ଷା ବଳ ନିକଟରେ ପରିବାର ଲୋକ କୃତଜ୍ଞତା ପ୍ରକାଶ କରିଥିଲେ।
ଦକ୍ଷିଣ ବଙ୍ଗଲା ଫ୍ରଣ୍ଟିୟରର ଡିଆଇଜି, ଜନସମ୍ପର୍କ ଅଧିକାରୀ ଏନ୍ ପାଣ୍ଡେ କହିଛନ୍ତି, ବିଏସ୍ଏଫ୍ର ଯବାନ ଦିନ ରାତି ସୀମାର ସୁରକ୍ଷା କରନ୍ତି, କିନ୍ତୁ ତାଙ୍କ ସହ ସୀମାବର୍ତ୍ତୀ ଅଞ୍ଚଳର ଲୋକ ମାନବୀୟ ଓ ସାମାଜିକ ଆବଶ୍ୟକତା ପୁରା କରିବକୁ ତତ୍ପର ରହିଥାନ୍ତି।’