ନୂଆଦିଲ୍ଲୀ,୦୧/୦୨; ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଟେକ୍ନୋଲୋଜି ଏବଂ ଇନୋଭେସନକୁ 'ବିକଶିତ ଭାରତ'ର ସବୁଠାରୁ ବଡ଼ ଶକ୍ତି ବୋଲି ଦର୍ଶାଯାଇଛି । ସୀତାରମଣ କହିଛନ୍ତି ଯେ, ଭାରତ ଏବେ କେବଳ ଟେକ୍ନୋଲୋଜି ବ୍ୟବହାର କରିବ ନାହିଁ, ବରଂ ଏହି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ । ବଜେଟରେ କ୍ରିଏଟର ଇକୋନୋମି ଏବଂ ଗେମିଂ ସେକ୍ଟର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଗେମିଂ କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ପେସାଦାରଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ୧୫,୦୦୦ ସେକେଣ୍ଡାରୀ ସ୍କୁଲ ଏବଂ ୫୦୦ କଲେଜରେ 'କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍' ସ୍ଥାପନ କରାଯିବ । 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମେ ୧୫୦୦ ମାଧ୍ୟମିକ ବିଦ୍ୟାଳୟ ଏବଂ ୫୦୦ କଲେଜରେ ABGC (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଏବଂ କମିକ୍ସ) କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଉଛୁ ଏବଂ ଶିଳ୍ପ କରିଡର ସହିତ ୫ଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ନିର୍ମାଣ କରାଯିବ। ସରକାର ଏହି କ୍ଷେତ୍ରକୁ ନିଯୁକ୍ତି, ଦକ୍ଷତା ଏବଂ ଡିଜିଟାଲ୍ ନବସୃଜନର ଏକ ନୂତନ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଯୋଜନାର ଲକ୍ଷ୍ୟ ହେଉଛି ଗେମିଂ ଏବଂ ସମ୍ବନ୍ଧିତ ସୃଜନଶୀଳ ଶିଳ୍ପରେ ୧୦ ଲକ୍ଷରୁ ଅଧିକ ବୃତ୍ତିଗତଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହା ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବା ପାଇଁ ତାଲିମ ଏବଂ ବ୍ୟବହାରିକ ଶିକ୍ଷା ଉପରେ ଧ୍ୟାନ ଦିଆଯିବ । କ୍ୟାରିଅର ବିକଳ୍ପ ଭାବରେ ବିଷୟବସ୍ତୁ ଏବଂ ଖେଳ ବିକାଶକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଏହା ବି ପଢନ୍ତୁ...ଲକ୍ଷପତି ଦିଦି ଯୋଜନାକୁ ପ୍ରୋତ୍ସାହନ, ମହିଳା ଉଦ୍ୟୋଗୀଙ୍କ ପାଇଁ 'ଶି-ମାର୍କ' ବ୍ୟାଜ୍ ଘୋଷଣା


​​​​​​​ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଏହି ଲ୍ୟାବଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଖେଳ ଡିଜାଇନ୍, ଆନିମେସନ୍ ଏବଂ ଡିଜିଟାଲ୍ ବିଷୟବସ୍ତୁ ଉତ୍ପାଦନରେ ଉନ୍ନତ ତାଲିମ ପ୍ରଦାନ କରିବ । ଡିଜାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଜାତୀୟ ଡିଜାଇନ୍ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯିବ । ଏହା ସୃଜନଶୀଳ ଏବଂ ବୈଷୟିକ ଡିଜାଇନ୍ ଦକ୍ଷତା ପାଇଁ ସଂସ୍ଥାଗତ ସହାୟତା ପ୍ରଦାନ କରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସରକାରୀ ସେବା ଏବଂ ପ୍ରଶାସନରେ ବ୍ୟାପକ ଭାବେ ବ୍ୟବହାର କରାଯିବ । ଦେଶରେ ୫ଜି ଏବଂ ୬ଜି କନେକ୍ଟିଭିଟିକୁ ଅଧିକ ସୁଦୃଢ଼ କରିବା ପାଇଁ ୧୨.୨ ଲକ୍ଷ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ସେହିପରି ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ଓଓଞ ଏବଂ ଓଓଝମ ରେ ୧୦,୦୦୦ ନୂତନ 'ଟେକ୍ ଫେଲୋସିପ୍' ଆରମ୍ଭ କରାଯିବ ।