ନୂଆଦିଲ୍ଲୀ : ବଜେଟ୍ ୨୦୨୬ରେ ସରକାର କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ଏକ ଏମିତି ଘୋଷଣା କରିଛନ୍ତି , ଯେଉଁଥିରେ ଆଗାମୀ ସମୟରେ ଚାଷ କରିବାର ପ୍ରଣାଳୀ ବଦଳି ପାରେ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ‘ଭାରତ ବିସ୍ତାର’ ନାମକ ଏକ ନୂଆ ଏଆଇ ସିଷ୍ଟମ କଥା କହିଛନ୍ତି , ଯାହା ସିଧାସଳଖ କୃଷକଙ୍କ ସାହାଯ୍ୟ ପାଇଁ କରାଯାଇଛି। ଆଜିବି କୃଷକ ପାଣିପାଗ , ମୂତ୍ତିକା ଓ ଫସଲକୁ ନେଇ ସଠିକ୍ ସୂଚନା ବିନା ଚାଷ କରନ୍ତି। କେବେ ବର୍ଷା ଧୋକା ଦିଏ ତ , କେବେ ଫସଲ ନଷ୍ଟ ହୋଇଯାଏ। ଏହି ସବୁ କାରଣକୁ କୃଷକଙ୍କୁ କ୍ଷତି ଭରଣା କରିବାକୁ ପଡ଼େ। ସରକାର ଏବେ ଚାହିଁଛନ୍ତି ଯେ, କୃଷକ କେବଳ ଅନ୍ଦାଜରେ ନୁହେଁ, ବରଂ ସଠିକ୍ ସୂଚନା ସହ ଚାଷ କରନ୍ତୁ।
ଆଉ ମଧ୍ୟ ପଢନ୍ତୁ : ବଜେଟ୍ ୨୦୨୬ରେ ବାଂଲାଦେଶ ଉପରେ ଅର୍ଥ ବର୍ଷା! ବିବାଦ ମଧ୍ୟରେ ହେଲା ଘୋଷଣା , ଆଫଗାନିସ୍ତାନକୁ ମିଳିବ ୧୫୦ କୋଟି ଟଙ୍କା
‘ଭାରତ ବିସ୍ତାର’ ଏଆଇ ସିଷ୍ଟମ କୃଷକଙ୍କୁ ଏହାର ସ୍ଥାନ ହିସାବରେ ଚାଷ ସଂପର୍କିତ ଆବଶ୍ୟକ କଥା କହିବ। ଯେମିତି କି ପାଣିପାଗ କେମିତି ରହିବ , କେଉଁ କେଉଁ ଫସଲ ଠିକ୍ ରହିବ ଏବଂ କେଉଁ ସମୟରେ କଣ କରିବା ଠିକ୍ ହେବ। ସରକାରଙ୍କ ଅନୁସାରେ , ଏଥିରେ କୃଷକଙ୍କ କ୍ଷତିର ପରିମାଣ କମିବ ଏବଂ ଉତ୍ପାଦନ ଭଲ ହୋଇ ପାରିବ।
କୃଷିକାର୍ଯ୍ୟରେ ସାହାଯ୍ୟ କରିବ ଏଆଇ ଟୁଲ୍ –
କୃଷକଙ୍କ ସାମ୍ନାରେ ପ୍ରଶ୍ନ ଯେ, ଫସଲ କେବେ ବୁଣିବେ , କେବେ ପାଣି ଦେବେ କିମ୍ୱା କେବେ ଔଷଧ ପକାଇବେ। ଅନେକ ଥର ଭୁଲ୍ ସମୟରେ କାମ କରିବା ଦ୍ୱାରା ଫସଲ ନଷ୍ଟ ହୋଇଯାଏ। ଭାରତ ବିସ୍ତାର ଏଆଇ ଏମିତି ପ୍ରଶ୍ନର ଉତ୍ତର ଦେବ। ଏହା ପାଣିପାଗ ବିଷୟରେ ସୂଚନା ଦେବା କେବେ ବର୍ଷା କି ନାହିଁ କହିବ। ଯଦି ଅଧିକ ଗରମ କିମ୍ୱା ଥଣ୍ଡାର ପ୍ରଭାବ ପଡ଼େ ତ ପୂର୍ବରୁ ସତର୍କ କରାଇବ। ଏଥିରେ କୃଷକ ସମୟ ପୂର୍ବରୁ ସଠିକ୍ ପଦକ୍ଷେପ ନେଇ ପାରିବେ।
କୃଷକ କେମିତି କରିବେ ଏହାର ବ୍ୟବହାର –
ଭାରତ ବିସ୍ତାରକୁ ଏହିପରି ତିଆରି କରାଯିବ ଯେ , କୃଷକ ସହଜରେ ମୋବାଇଲ କିମ୍ୱା କମ୍ପ୍ୟୁଟରରେ ଏହାକୁ ବ୍ୟବହାର କରିପାରିବେ। ଏଥିରେ ବହୁତ ସହଜ ଭାଷା ରହିବ। କୃଷକ ନିଜର ଦୈନିକ ବ୍ୟବାହର କରୁଥିବା ଭାଷାରେ ପ୍ରଶ୍ନ ପଚାରିବା ସହ ଉତ୍ତର ପାଇ ପାରିବେ।ଯଦି କୃଷକ ଚାହିଁବେ ଯେ , ତାଙ୍କ ଫସଲରେ ରୋଗ କାହିଁକି ହେଉଛି ତ , ସେ ଏହା ସିଷ୍ଟମକୁ ପଚାରି ପାରିବେ। ଏଆଇ ଅତି ସହଜ ଓ ସରଳ ଭାବେ ଏହି ପ୍ରଶ୍ନର ସମାଧାନ ବାଟ କହିଦେବ।
ଆଉ ମଧ୍ୟ ପଢନ୍ତୁ : ରାସ୍ତାରେ ଗାଡ଼ି ଚଲାଇବା ହେବ ପୂର୍ବ ତୁଳନାରେ ଶସ୍ତା, ବଜେଟ୍ରେ ସିଏନ୍ଜି ଓ ଇଭି ବ୍ୟାଟେରୀକୁ ନେଇ ବଡ଼ ଘୋଷଣା