ଶ୍ରୀନଗର,୩୦/୦୭: ଜମ୍ମୁ-କାଶ୍ମୀରରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି । ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଛି । ସୌଭଗ୍ୟବସତଃ ବଡ଼ ଅଘଟଣ ଟଳିଯାଇଛି । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରବଳ ବର୍ଷାରେ ଗାନ୍ଦେରବଲ ଜିଲ୍ଲା କୁଲାନ ବ୍ରିଜ୍‌ରୁ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଛି । ସେନାମାନଙ୍କୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏନ୍‌ଡିଆରଏଫ୍ ଓ ଏସ୍‌ଡିଆରଏଫ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସୁଦ୍ଧା କୌଣସି ଯବାନଙ୍କ ସନ୍ଧାନ ମିଳିନାହିଁ । ଏସଡିଆରଏଫ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗାନ୍ଦେରବାଲ୍ ଏସ୍ଏସ୍‌ପି ଖଲିଲ୍ ଅହମ୍ମଦ ପୋସୱାଲ୍ କହିଛନ୍ତି, "ଆଇଟିବିପିର ଏକ ବସ୍ ସେନାଙ୍କୁ ନେଇ ଯାଉଥିଲା । ବସ୍ ନଦୀକୁ ଖସି ପଡ଼ିଛ । ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି । ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି । ଏନଡିଆରଏଫ, ଏସ୍‌ଡିଆରଏଫ, ପୁଲିସ ବସ୍‌ଟିକୁ ଉଦ୍ଧାର କରୁଛନ୍ତି । ସୌଭାଗ୍ୟବଶତଃ, ଏକ ବଡ଼ ଅଘଟଣ ଟଳିଗଲା ।"

ସେପଟେ ଉତ୍ତରାଖଣ୍ଡର ଚାମୋଲିରେ ଆଉ ଏକ ଦୁର୍ଘଟଣା ଘଟିଛି । କର୍ଣ୍ଣପ୍ରୟାଗ ଅଭିମୁଖେ ଯାଉଥିବା ଏକ ସେନା ବସ୍ ନିୟନ୍ତ୍ରଣ ହରାଇ ଏକ ପାହାଡ଼ରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ସେନା  ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ କର୍ଣ୍ଣପ୍ରୟାଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।