ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ସିନ୍ଧ୍ ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି

Published By : Ankita S | July 30, 2025 11:48 AM

ଶ୍ରୀନଗର,୩୦/୦୭: ଜମ୍ମୁ-କାଶ୍ମୀରରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି । ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଛି । ସୌଭଗ୍ୟବସତଃ ବଡ଼ ଅଘଟଣ ଟଳିଯାଇଛି । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରବଳ ବର୍ଷାରେ ଗାନ୍ଦେରବଲ ଜିଲ୍ଲା କୁଲାନ ବ୍ରିଜ୍‌ରୁ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଛି । ସେନାମାନଙ୍କୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏନ୍‌ଡିଆରଏଫ୍ ଓ ଏସ୍‌ଡିଆରଏଫ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସୁଦ୍ଧା କୌଣସି ଯବାନଙ୍କ ସନ୍ଧାନ ମିଳିନାହିଁ । ଏସଡିଆରଏଫ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗାନ୍ଦେରବାଲ୍ ଏସ୍ଏସ୍‌ପି ଖଲିଲ୍ ଅହମ୍ମଦ ପୋସୱାଲ୍ କହିଛନ୍ତି, "ଆଇଟିବିପିର ଏକ ବସ୍ ସେନାଙ୍କୁ ନେଇ ଯାଉଥିଲା । ବସ୍ ନଦୀକୁ ଖସି ପଡ଼ିଛ । ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି । ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି । ଏନଡିଆରଏଫ, ଏସ୍‌ଡିଆରଏଫ, ପୁଲିସ ବସ୍‌ଟିକୁ ଉଦ୍ଧାର କରୁଛନ୍ତି । ସୌଭାଗ୍ୟବଶତଃ, ଏକ ବଡ଼ ଅଘଟଣ ଟଳିଗଲା ।"

ସେପଟେ ଉତ୍ତରାଖଣ୍ଡର ଚାମୋଲିରେ ଆଉ ଏକ ଦୁର୍ଘଟଣା ଘଟିଛି । କର୍ଣ୍ଣପ୍ରୟାଗ ଅଭିମୁଖେ ଯାଉଥିବା ଏକ ସେନା ବସ୍ ନିୟନ୍ତ୍ରଣ ହରାଇ ଏକ ପାହାଡ଼ରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ସେନା  ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ କର୍ଣ୍ଣପ୍ରୟାଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.