ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର

Published By : Harapriya Sethi | March 14, 2025 9:08 AM

ଭଞ୍ଜନଗର,୧୪/୦୩: ରାୟପୁରରୁ ବ୍ରହ୍ମପୁର ଆସୁଥିବା ଘରୋଇ ଖମ୍ବେଶ୍ୱରୀ ବସ୍ କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ବସ୍‌ରେ ୧୭ ଜଣ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଆହତ ଏବଂ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର

ସୂଚନା ମୁତାବକ, ରାୟପୁରରୁ ବ୍ରହ୍ମପୁର ଆସୁଥିବା ଖମ୍ବେଶ୍ୱରୀ ବସ୍ ଶୁକ୍ରବାର ଭୋର ସାଢେ ୪ ଟା ବେଳେ କଳିଙ୍ଗା ଘାଟି ଦେଇ ଆସୁଥିଲା । ଗାଡ଼ି ଚଳାଇବା ବେଳେ ଡ୍ରାଇଭର୍‌ର ଆଖି ଲାଗି ଯାଇଥିଲା । ଫଳରେ ବସ୍‌ଟି ପାହାଡ କଡ କଙ୍କ୍ରିଟ୍ କାନ୍ଥରେ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅପରପାର୍ଶ୍ୱରେ ଓଲଟିଥିଲେ ବସ୍ ୨୦୦ ମିଟର ଖାଇକୁ ଖସି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥାନ୍ତା । ଯାତ୍ରୀମାନେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଭଞ୍ଜନଗର ଏବଂ ଜି ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ତେବେ ବସ୍‌ଟି ରାସ୍ତା କଡକୁ ଓଲଟି ଥିବାରୁ ଘାଟି ରାସ୍ତା ଜାମ୍‌ ହୋଇନାହିଁ । ଘାଟିରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.