ନୂଆଦିଲ୍ଲୀ,୨୧/୦୫; ୧୫ ବର୍ଷର ସରକାରର ପତନ ହେଲା । ପଶ୍ଚିମବଙ୍ଗରେ ଦିଦିଙ୍କ ଦୁର୍ଗ ଧ୍ୱସ୍ତ ହେଲା । ଦାଦାଙ୍କ ରାଜ ଆରମ୍ଭ ହେଲା । ଏବେ ଦିଦିଙ୍କ ପୁତୁରା ଦେଇଥିବା ବୟାନକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିଛି । କୋଲକତା ହାଇକୋର୍ଟ ତାଙ୍କ ବିରୁଦ୍ଧରେ ବର୍ତ୍ତମାନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, କୋର୍ଟ ତାଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । "ଦିଲ୍ଲୀର ଗଡଫାଦର" ମନ୍ତବ୍ୟ ସମ୍ପର୍କରେ କଡ଼ା ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟରୁ ଅଭିଷେକଙ୍କୁ ଆଶ୍ୱସ୍ତି ମିଳିଛି ହେଲେ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ରହିଛି । ଅର୍ଥାତ୍ ଭାରତ ଛାଡ଼ି ପାରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । କୋର୍ଟର ଅନୁମତି ବିନା ଦେଶ ଛାଡି ଯାଇପାରିବେ ନାହିଁ ଅଭିଷେକ ।
ନୋଟିସ୍ ପାଇବାର ୪୮ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ହାଇକୋର୍ଟ ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଲକତା ହାଇକୋର୍ଟର ବିଚାରପତି ସୌଗାତୋ ଭଟ୍ଟାଚାର୍ଯ୍ୟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବାନାର୍ଜୀ ତାଙ୍କ ବିରୋଧରେ ଏଫଆଇଆର ରଦ୍ଦ କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ । ତାଙ୍କ ନାମରେ ବଙ୍ଗଳା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଏବଂ ଧମକପୂର୍ଣ୍ଣ ବୟାନ ଦେବାର ଅଭିଯୋଗ ଅଛି ।
ଏହା ବି ପଢନ୍ତୁ...Pahalgam Terror Attack: NIA ଚାର୍ଜସିଟ୍ରେ ବଡ଼ ଖୁଲାସା, ଟୁରିଷ୍ଟ ଗାଇଡ୍ ଚାହିଁଥିଲେ ୨୬ ଜୀବନ ବଞ୍ଚିଥାନ୍ତା
ଅମିତ ଶାହଙ୍କ ଉପରେ ଦେଇଥିଲେ ବୟାନ- ଟିଏମସି ନେତା ଅଭିଷେକ ବାନାର୍ଜୀ ବଙ୍ଗଳା ବିଧାନସଭା ନିର୍ବାଚନ ସମୟରେ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ଏହି ପ୍ରସଙ୍ଗରେ ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା । ଅଭିଷେକ ବାନାର୍ଜୀ ନିର୍ବାଚନ ପ୍ରଚାର ସମୟରେ ବିଜେପି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧମକ ଦେଇଥିଲେ । ଏହା ପରେ ରାଜୀବ ସରକାର ନାମକ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲେ । ଅଭିଯୋଗ ଅନୁଯାୟୀ, ଅଭିଷେକ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବିଜେପି ନେତାଙ୍କୁ ଧମକ ଦେଇଥିଲେ । ସେ ମଞ୍ଚରୁ କହିଥିଲେ, "ମୁଁ ଦେଖିବି ମେ ୪ (ଫଳାଫଳ ଦିନ) କିଏ ସେମାନଙ୍କ ରକ୍ଷା କରିବାକୁ ଆସିବ । " ଅଭିଷେକ ବାନାର୍ଜୀ ତାଙ୍କ ବିରୋଧରେ ଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ କୋଲକତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ବଙ୍ଗଳାରେ ବିଜେପି ସରକାର ଗଠନ କରିବା ପରଠାରୁ ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ସମାଲୋଚନା କରିଛନ୍ତି । ତାଙ୍କର ଜେଡ୍-ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଅଭିଷେକ ବାନାର୍ଜୀଙ୍କ ସମ୍ପତ୍ତି ଯାଞ୍ଚ କରାଯାଉଛି । କୋଲକାତା ମ୍ୟୁନିସିପାଲ କର୍ପୋରେସନ ୨୧ଟି ସମ୍ପତ୍ତିର ହିସାବ ମାଗିବା ପାଇଁ ନୋଟିସ୍ ପଠାଇଛି ।