ଭୁବନେଶ୍ୱର,୦୩/୦୨: ମଣିଷ ଓ ପ୍ରକୃତିମଧ୍ୟରେ ଅପୂର୍ବ ସଂଯୋଗ ରହିଆସିଛି । ମାନସିକ ଶାନ୍ତି ପାଇଁ ପ୍ରକୃତି କୋଳରେ କିଛି ସମୟବିତାଇବାକୁ ମଣିଷ ଦୌଡ଼ି ଯାଏ । ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ, ଉତ୍ତର ପୂର୍ବାଞ୍ଚଳରାଜ୍ୟ ହେଉକି ଦେଶର ଦକ୍ଷିଣ ଭାଗ, ପ୍ରକୃତିକୂଳରେ କ୍ୟାମ୍ପିଂ ସଂସ୍କୃତି ବେଶ ଲୋକପ୍ରିୟ । ତେବେ ଏହି ସଂସ୍କୃତି ଏବେ ଓଡ଼ିଶାରେ ଦ୍ରୁତଭାବେ ଲୋକପ୍ରିୟ ହେଉଛି । କୋରାପୁଟ, ପୁରୀକୋଣାର୍କ ବେଳାଭୂମି ଏବଂ ମହେନ୍ଦ୍ରଗିରି ଏକ୍ଷେତ୍ରରେ ଏବେ ହଟ୍ସ୍ପଟ ।ସେହିଭଳି ସାତକୋସିଆ, ହୀରାକୁଦଭଳି ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟରେଏହାର କ୍ରେଜ୍ ବଢ଼ୁଛି । ପୂର୍ବରୁ ଉତ୍ସାହୀ ଯୁବବର୍ଗ କ୍ୟାମ୍ପିଂ ଲାଗି ପାହାଡି ରାଜ୍ୟକୁ ଯାଉଥିଲେ । ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ କୋରାପୁଟ ଏବଂମହେନ୍ଦ୍ରଗିରି ଭଳି ସ୍ଥାନ ଗୁଡ଼ିକରେ କ୍ୟାମ୍ପ କରିରହିବା ଧାରା ଆରମ୍ଭ ହୋଇଥିଲା ।
ମାତ୍ର ଏଇକିଛି ବର୍ଷ ହେବ ଏହା ବହୁଳ ଭାବେ ଭାଇରାଲ୍ ହେବାରେ ଲାଗିଛି ।କୋରାପୁଟର ଦେଓମାଳି, ତଳମାଳି,କାଲ୍ୟାମାଳି, ପୁଟ୍ସିଲ ଆଦି ସ୍ଥାନକୁ ଯୁବବର୍ଗ ବିଶେଷ ପସନ୍ଦ କରୁଛନ୍ତି । ସେହିଭଳି ମହେନ୍ଦ୍ରଗିରି ପାହାଡ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସୁଲଭ କ୍ୟାମ୍ପିଂ ସେଟ୍ଅପ୍ସବୁ ସ୍ଥାପନ ହେବା ସହ ଏଠାରେ ଯୁବବର୍ଗଙ୍କ ଭିଡ଼ ଲାଗୁଛି । କୋରାପୁଟରେ ଶୀତ ସିଜନ୍ରେ କ୍ୟାମ୍ପିଂ ଲାଗି ପଡୋଶୀ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରକୃତି ପ୍ରେମୀ ଭିଡ଼ ଜମାଉଛନ୍ତି ।ଏଠାରେ କ୍ୟାମ୍ପିଂ ସହ ଲୋକେ ଦେଓମାଳିରେ ଟ୍ରେକ୍, କ୍ୟାମ୍ପ ଫାୟାର, ଭୋଜି,ମ୍ୟୁଜିକ ଜାମିଂ ସେସନ ଜରିଆରେ ଆସରର ମଜା ନେଉଛନ୍ତି । ସେହିଭଳି ମହେନ୍ଦ୍ରଗିରି ଟ୍ରେକ୍ ସହ କ୍ୟାମ୍ପ ଏବଂ ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ କ୍ୟାମ୍ପ ଲାଗି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛୁଟି ଆସୁଛନ୍ତି ଯୁବବର୍ଗ ।ପ୍ରାୟ ୬୦୦ ଟଙ୍କା ଆରମ୍ଭ ମୂଲ୍ୟରୁ ସୁଲଭକ୍ୟାମ୍ପିଂ ସୁବିଧା ମିଳି ପାରୁଛି । କ୍ୟାମ୍ପିଂକୁ ଓଡ଼ିଶାରେ ଲୋକପ୍ରିୟ କରାଇବା ଦିଗରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ହେଉଛି ।
ସେହିଭଳି ରାଜ୍ୟ ପର୍ଯ୍ୟଟନବିଭାଗ ଇକୋରିଟ୍ରିଟ ଏବଂ ଇକୋଟୁର୍ ଓଡ଼ିଶାଜରିଆରେ ପ୍ରକୃତି କୋଳରେ ରହିବାର ସୁଯୋଗପ୍ରଦାନ କରୁଛି ।ଆଡ୍ଭେଞ୍ଚର ହଲିଡେର ସଂସ୍ଥାପକ ମାନସକୁମାର ସାହୁ କୁହନ୍ତି, ରାଜ୍ୟ ବାହାରକୁ ଗସ୍ତକରିବା ବେଳେ ସୁଲଭ କ୍ୟାମ୍ପିଂକୁ ଓଡ଼ିଶାରେଲୋକପ୍ରିୟ କରାଇବା ଦିଗରେ ଚିନ୍ତାଧାରା ମନକୁଆସିଥିଲା । ଏଥିରୁ ପୁରୀ-କୋଣାର୍କ ମେରାଇନଡ୍ରାଇଭରେ ସ୍ଥାପନ କରିଥିଲୁ ରୁରାଲ୍ କ୍ୟାମ୍ପସ ।କୋରାପୁଟ ଏବଂ ଦାରିଙ୍ଗିବାଡିକୁ ଆମେ ଏବେ ସମ୍ପ୍ରସାରଣ କରିଛୁ । ସୁଲଭ ମୂଲ୍ୟରେ କ୍ୟାମ୍ପିଂସୁବିଧାକୁ ଲୋକପ୍ରିୟ କରାଇବା ଆମ ଲକ୍ଷ୍ୟ ।ରାଜ୍ୟରେ କ୍ୟାମ୍ପିଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବାଲାଗି ସରକାରୀ ସ୍ତରରେ ଏସ୍ଓପି ସହ ସ୍ଥାନୀୟଲୋକଙ୍କ ସହଯୋଗ ଜରୁରି ।କମ୍ୟୁନାଇଟ ଓଡ଼ିଶାର ସଂସ୍ଥାପକ ସୋଭନାସୋନାଲି ଜେନା କହିଛନ୍ତି, ଓଡ଼ିଶା ପ୍ରାକୃତିକଦୃଶ୍ୟରାଜିର ଗନ୍ତାଘର ।
ଆହୁରି ପଢନ୍ତୁ-ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଆଜି ଯାଜପୁର, ବାଲେଶ୍ବର ଏବଂ ପୁରୀ ଗସ୍ତ କାର୍ଯ୍ୟକ୍ରମ
ଏବେ ମାତ୍ର କିଛି ହାତଗଣତି ସ୍ଥାନ ଆବିଷ୍କାର ହୋଇପାରିଛି । ରାଜ୍ୟରବିଭିନ୍ନ ପ୍ରାନ୍ତରେ କ୍ୟାମ୍ପିଂକୁ ଲୋକପ୍ରିୟ କରାଇବା ଦିଗରେ ଆମେ କାମ କରୁଛୁ । କ୍ୟାମ୍ପିଂ କଲ୍ଚରଆଗକୁ ଓଡ଼ିଶାରେ ଆହୁରି ବ୍ୟାପକ ହେବାକୁଯାଉଛି । ସପ୍ତାହନ୍ତରେ ଯୁବବର୍ଗଙ୍କୁ କ୍ୟାମ୍ପିଂ-ଟ୍ରେକିଂସହ ଅନ୍ୟ ଦୁଃସାହସିକ କ୍ରୀଡା ଲାଗି ପ୍ରୋତ୍ସାହିତ କରୁଛୁ । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ପର୍ଯ୍ୟଟକ ଓଡ଼ିଶାର ଶୋଭା ରାଜି ସହ କ୍ୟାମ୍ପ ସଂସ୍କୃତିକୁ ବେଶ ଆପଣାଉଛନ୍ତି ।କ୍ୟାମ୍ପିଂ ଉତ୍ସାହୀ ତଥା ଟ୍ରେକ ଲିଡର ସୁକେନ ଜାନା କୁହନ୍ତି, ଓଡ଼ିଶାରେ କ୍ୟାମ୍ପିଂକଲଚର୍ ଭାଇରାଲ ହେବାରେ ଲାଗିଛି । କେବଳଯୁବବର୍ଗଙ୍କ ମଧ୍ୟରେ ଏହା ସୀମିତ ହୋଇ ନାହିଁ ।ତେବେ କ୍ୟାମ୍ପ ହେଉଥିବା ପରିବେଶର ସ୍ୱଚ୍ଛତାପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ । ଏହିଦିଗକୁ କଡ଼ାକଡ଼ି ଭାବେ ପାଳନ ହେବା ଜରୁରୀ ।