ନୂଆଦିଲ୍ଲୀ,୨୮/୦୭: ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ହେଲେ, ସମ୍ବଳର ଆବଶ୍ୟକତା ନାହିଁ । କେବଳ ପରିଶ୍ରମ, ସଠିକ୍ ଦିଗ ଏବଂ ଆତ୍ମବିଶ୍ୱାସ ଦରକାର । ନୋଏଡା ବାସିନ୍ଦା କରିସ୍ମା ଚୌହାନଙ୍କ ସଫଳତାର କାହାଣୀ ଏହାର ପ୍ରମୁଖ ଉଦାହରଣ । ଉତ୍ତର ପ୍ରଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ, ୟୁପି ପିସିଏସ୍ । ଏହି ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କରିସ୍ମା ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଜଣେ ଦୃଢ଼ଇଚ୍ଛା ଶକ୍ତି ଥାଏ, ସେତେବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ମଧ୍ୟ ସଫଳତାର ପଥ ପ୍ରଶସ୍ତ କରିପାରିବ ।

କିଏ କରିସ୍ମା ଚୌହାନ ? ନୋଏଡାର ଏକ ସାଧାରଣ ପରିବାର ଝିଅ କରିସ୍ମା ଚୌହାନ । ଉତ୍ତର ପ୍ରଦେଶ ପବ୍ଲିକ୍ ସର୍ଭିସ୍ କମିଶନ (UPPSC) ୨୦୨୪ ପରୀକ୍ଷାରେ ୧୭ତମ ରାଙ୍କ ହାସଲ କରିବା ପରେ ୨୮ ବର୍ଷ ବୟସରେ SDM ହୋଇଛନ୍ତି । କରିସ୍ମା ନୋଏଡାର ଏକ ସ୍କୁଲରେ ପଢିଥିଲେ । ତା'ପରେ ସେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ରେ ପଢିଥିଲେ । ସେଠାରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ (ସମ୍ମାନ) ହାସଲ କରିଥିଲେ । ପରେ ସେ IGNOU ରେ ତାଙ୍କର ସ୍ନାତକୋତ୍ତର ପାଠପଢା ସମାପ୍ତ କରିଥିଲେ । ତାଙ୍କ ପାଠପଢ଼ା ବ୍ୟତୀତ, ଚୌହାନ ତାଙ୍କ ଖାଲି ସମୟରେ ବ୍ୟାଡମିଣ୍ଟନ ଖେଳିବା ଏବଂ ରୋଷେଇ କରିବାକୁ ଭଲ ପାଆନ୍ତି । ତାଙ୍କ ବାପା ଜଣେ ବ୍ୟବସାୟୀ, ତାଙ୍କ ମା' ଜଣେ ଗୃହିଣୀ, ଏବଂ ତାଙ୍କର ଜଣେ ସାନ ଭଉଣୀ ଅଛି ।

ବାପାଙ୍କ ସ୍ବପ୍ନ ସତ କଲେ- ୟୁପି ପିସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ , କରିସ୍ମା ଅନେକ ସାକ୍ଷାତକାରରେ ତାଙ୍କର ସଫଳତା ଯାତ୍ରା ବିଷୟରେ କହିଛନ୍ତି । ଗୋଟିଏ ସାକ୍ଷାତକାରରେ, ସେ କହିଛନ୍ତି ତାଙ୍କ ବାପା ପ୍ରଥମେ ତାଙ୍କୁ ୟୁପି ପିସିଏସ୍ ବିଷୟରେ କହିଥିଲେ । ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅ ଜଣେ ପିସିଏସ୍ ଅଧିକାରୀ ହୁଅନ୍ତୁ । ସେ ତାଙ୍କ ବାପାଙ୍କ ସ୍ୱପ୍ନକୁ ସତ କରିଛନ୍ତି । ବିନା କୋଚିଂରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ପ୍ରସ୍ତୁତି ସମୟରେ ଫିଲ୍ମ ଦେଖୁଥିଲେ, ଏଆଇ ସହାୟତା ନେଇଥିଲେ- କରିସ୍ମାଙ୍କ ସଫଳତାର କାହାଣୀର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ତାଙ୍କର ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର । ସେ ପ୍ରକାଶ କରିଥିଲେ ଯେ, ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରିଥିଲେ। ସେ ସାଧାରଣ ଅଧ୍ୟୟନ ପେପର ୧ ରୁ ୪ ପାଇଁ ମଧ୍ୟ ଚତୁରତାର ସହିତ ChatGPT ବ୍ୟବହାର କରିଥିଲେ । ସେ ଏପରି ୨୦ ରୁ ୩୦ଟି ପ୍ରବନ୍ଧ ପ୍ରସ୍ତୁତ କରିଥିଲେ, ଯାହା ମଧ୍ୟରୁ ୩ଟି ପରୀକ୍ଷାରେ ସମାନ ଭାବରେ ଆସିଥିଲା ତାଙ୍କ ପ୍ରସ୍ତୁତି ସମୟରେ ସେ ପ୍ରେରଣା ପାଇଁ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଦେଖୁଥିଲେ । ସେ କୁହନ୍ତି, "ମୋର ୱେବ୍ ସିରିଜ୍ କିମ୍ବା ସିନେମା ଖେଳିବା ସହିତ ପଢ଼ିବାର ଅଭ୍ୟାସ ଅଛି, ଏବଂ ମୋର ଏକାଗ୍ରତା ଉନ୍ନତ ହୁଏ । "

ଏହା ବି ପଢନ୍ତୁ...୧୦୦ ବର୍ଷ ପୁରୁଣା ଘରେ ଥିଲା ସିକ୍ରେଟ୍ ରୁମ୍...ଖୋଲିବା ମାତ୍ରେ ମିଳିଲା ସମ୍ପତ୍ତି, ମାଲେମାଲ ଦମ୍ପତି 

ଅସଫଳତାରୁ ଶିଖିଲେ- କରିସ୍ମା ଦ୍ୱିତୀୟ ପ୍ରୟାସରେ ସଫଳ ହୋଇଥିରେ । ସେ ପୂର୍ବରୁ ପିସିଏସ୍ ପ୍ରିଲିମ୍ସ ପାସ୍ କରିବାରେ ବିଫଳ ହୋଇଥିଲେ । ତଥାପି, ହାର ମାନି ନଥିଲେ, ତାଙ୍କର ଦୁର୍ବଳତାକୁ ସ୍ୱୀକାର କରିଥିଲେ ଏବଂ ଡବଲ୍ ପରିଶ୍ରମ କରିଥିଲେ। ଏକ ସାକ୍ଷାତକାରରେ, ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ ପ୍ରୟାସରେ ପ୍ରିଲିମ୍ସକୁ ଅଳ୍ପ ମାର୍କରେ ବିଫଳ ହୋଇଥିଲେ । ଦିନକୁ ୧୪ରୁ ୧୫ ଘଣ୍ଟା ପଢୁଥିଲେ । ନିଜ ଉପରେ ବିଶ୍ୱାସ ରଖିଥିଲେ ଯାହା ତାଙ୍କୁ ସଫଳ ହେବାରେ ସହାୟକ ହେଲା ।

ଦ୍ୱିତୀୟ ପ୍ରୟାସରେ ଏସଡିଏମ୍, ଏବେ ୟୁପିଏସସି ଲକ୍ଷ୍ୟ- ଉତ୍ତରପ୍ରେଦଶ ପିସିଏସ୍ ୨୦୨୪ କରିସ୍ମା ଚୌହାନଙ୍କ ଦ୍ୱିତୀୟ ପ୍ରୟାସ ଥିଲା । ଏଥର ସେ କେବଳ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିନଥିଲେ ବରଂ ୧୭ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ୟୁପି ପିସିଏସ୍ ପରୀକ୍ଷା ପାଇଁ ତାଙ୍କ ପ୍ରସ୍ତୁତି ସମ୍ପର୍କରେ କରିସ୍ମା କୁହନ୍ତି ଯେ, ସେ ସାମ୍ପ୍ରତିକ ଘଟଣା ଉପରେ ଅଧିକ ଧ୍ୟାନ ଦେଇଥିଲେ । ପିସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ୬୦ ରୁ ୭୦% ତଥ୍ୟକୁ ବୁଝିବା ଆବଶ୍ୟକ ବୋଲି ମାନନ୍ତି କରିସ୍ମା । ଏବେ ତାଙ୍କର ଲକ୍ଷ୍ୟ UPSC ପାସ୍ କରିବା । ଦାୟିତ୍ୱ ସହିତ ଏଥିପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି କରିସ୍ମା । ଆଶାୟୀମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ, "କଠିନ ପରିଶ୍ରମ କରନ୍ତୁ ଏବଂ କିଛି ହାସଲ କରିବା ପର୍ଯ୍ୟନ୍ତ କାମ ଜାରି ରଖନ୍ତୁ । ନିଜ ଉପରେ ବିଶ୍ୱାସ ରଖନ୍ତୁ, ଏବଂ ଆପଣ ସଫଳ ହେବେ ।"