୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।
ମକର: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୃତୀୟରେ ଶନି । ଜୁନ୍ ମାନ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତିଙ୍କ ଷଷ୍ଠ ଚନ୍ଦ୍ର ଯୋଗୁ ମକର ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଆୟରେ, କର୍ମରେ, ଭାଗ୍ୟରେ ଉନ୍ନତି ଆସିଲେ ମଧ୍ୟ ରୋଗ, ଋଣ, ଶତ୍ରୁ ଭୟ ଲାଗି ରହିବ । ବ୍ୟବସାୟୀମାନେ ବ୍ୟବସାୟରେ ଉତ୍ତମ ଆୟ କରିବେ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ଆୟରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଲେ ମଧ୍ୟ ଶାରୀରିକ ପୀଡ଼ା, ଶତ୍ରୁ ବୃଦ୍ଧି, ଦୁର୍ଘଟଣାର ଭୟ ସେମାନଙ୍କ ପାଇଁ ରହିବ । କର୍ମଜୀବୀମାନେ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେଲେ ମଧ୍ୟ କିଛି ସମସ୍ୟା ଦେଇ ଗତି କରିବେ । ନିଯୁକ୍ତି ଆଶାୟୀମାନେ ନିଜ ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ସ୍ଥାନରେ ନିଯୁକ୍ତି ପାଇବେ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମରେ ବିଘ୍ନ ଘଟିବ ଏବଂ ପ୍ରେମ ସମ୍ପର୍କରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହେବ । ଶିକ୍ଷାର୍ଥୀମାନେ ଶିକ୍ଷାରେ ସଫଳତା ପାଇବେ ଏବଂ ଉପଯୁକ୍ତ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇବାରେ ସମର୍ଥ ହେବେ । କ୍ରୀଡ଼ାବିତ୍ମାନେ ସଫଳତା ପାଇଲେ ମଧ୍ୟ କିଛି ସମସ୍ୟାରେ ପଡ଼ିବେ । ଗୃହିଣୀମାନେ ସମସ୍ତ କ୍ଷେତ୍ରରେ ଶୁଭଫଳ ପାଇଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ପାରିବାରିକ ସମସ୍ୟା ଉତ୍କଟ ହେବ ।
ଜୁନ୍ ମାସ ୧ ତାରିଖ ପରେ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃହସ୍ପତି ସପ୍ତମ ହେଉଥିବାରୁ ସବୁ ବର୍ଗର ବ୍ୟକ୍ତିମାନଙ୍କର ଶୀକ୍ଷା, ସ୍ୱାସ୍ଥ୍ୟ, ବେପାର, ବାଣିଜ୍ୟ କର୍ମ ଓ ବୈବାହିକ କର୍ମରେ ଅତ୍ୟଧିକ ଶୁଭଫଳ ପାଇବେ । ଶୁଭ ରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।