ନୂଆଦିଲ୍ଲୀ,୧୯/୦୭: ହାଇଦ୍ରାବାଦର ସ୍କାଏରୁଟ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ ଅର୍ବିଟାଲ ରକେଟ ବିକ୍ରମ-୧ ସଫଳତାର ସହ ପ୍ରକ୍ଷେପଣ କରି ଇତିହାସ ରଚିଛି । ବିକ୍ରମ-୧କୁ ସ୍କାଏରୁଟ୍ ନିଜେ ଡିଜାଇନ ଓ ବିକଶିତ କରିବା ସହ ପ୍ରକ୍ଷେପଣ ମଧ୍ୟ କରିଛି । କେବଳ ଲଞ୍ଚପ୍ୟାଡ ଇସ୍ରୋର ଥିଲା । ଘରୋଇ ରକେଟ ମହାକାଶକୁ ପଠାଇବାରେ ଆମେରିକା ଓ ଚୀନ୍ ପରେ ଭାରତ ତୃତୀୟ ଦେଶ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପ୍ୟାଡରୁ ବିକ୍ରମ-୧ର ସଫଲ ଲଞ୍ଚିଂ ହୋଇଛି । ବିକ୍ରମ-୧ ରକେଟ୍ ସଫଳତା ପଛରେ ଦୁଇ ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କ ହାତ ରହିଛି । ପୱନ ଚନ୍ଦାନା ଏବଂ ନାଗା ଭାରତ ଡାକାଙ୍କ ୧୦ ବର୍ଷ ପରିଶ୍ରମ ପାଇଁ ଭାରତ ମହାକାଶ କ୍ଷେତ୍ରରେ ଏହି ସଫଳତା ହାସଲ କରିଛି । ସ୍କାଇରୁଟ୍ ଲଞ୍ଚ ହେବା ପରେ, କମ୍ପାନୀ ୨୦୨୦ରେ କରୋନା ମହାମାରୀ ଯୋଗୁଁ ସଙ୍କଟରେ ପଡିଥିଲା । ଏହା ସତ୍ତ୍ୱେ ଦୁଇ ବୈଜ୍ଞାନିକ ହାର ମାନି ନଥିଲେ ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବାକୁ ଲାଗି ପଡିଥିଲେ ।

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟର ସହ-ପ୍ରତିଷ୍ଠାତା ବିନି ବଂଶଲ ପ୍ରଥମେ କମ୍ପାନୀରେ ନିବେଶ କରି ଆସ୍ଥା ପ୍ରକାଶ କରିଥିଲେ । ସ୍କାଏରୁଟ୍ କମ୍ପାନୀ ସିଇଓ ପୱନ ଚନ୍ଦାନା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର । ଇସ୍ରାରେ ଥିବା ସମୟରେ, ସେ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରକ୍ଷେପଅଣ ଯାନ ଜିଏସଏଲଭି ମାର୍କ-୩ ଉପରେ କାମ କରିଥିଲେ । ଥିରୁଅନନନ୍ତପୁରମ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ୬ ବର୍ଷ କାମ କରିବା ସହିତ ତାଙ୍କର ରକେଟ୍ ଡିଜାଇନରେ ଭଲ ଅଭିଜ୍ଞତା ଥିଲା । ଇସ୍ରୋର ମୁଖ୍ୟ ମିଶନରେ ତାଙ୍କ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସେ ଆଭ୍ୟନ୍ତରଣୀ ନବସୃଜନ ପୁରସ୍କାର ମଧ୍ୟ ପାଇଥିଲେ । ଚନ୍ଦାନା ମହାକାଶ ଏବଂ ରକେଟ୍ ବିଷୟରେ ଆଗ୍ରହୀ । ମଜାଳିଆ କଥା ହେଉଛି ବିକ୍ରମ-୧ ପଛରେ ଥିବା ମଣିଷ ପୱନ ଗଣତିରେ ୫୧ ନମ୍ବର ରଖିଥିଲେ । ଗଣିତ ଭଲ ହେଉନଥିଲା କିନ୍ତୁ ମେସିନ ଦୁନିଆ ପ୍ରତି ତାଙ୍କର ଗଭୀର ଜିଜ୍ଞାସା, ନିଷ୍ଠା ଓ ଆକର୍ଷଣ ଥିଲା । ଆଇଆଇଡି ମାଡ୍ରାସର ପୂର୍ବତନ ଛାତ୍ର ନାଗା ଭାରତ ଡାକ କମ୍ପାନୀରେ ମୁଖ୍ୟ ପରିଚାଳନା ଅଧିକାରୀ । ତାଙ୍କ ନେତୃତ୍ୱରେ ୧୦୦୦ରୁ ଅଧିକ ଲୋକଙ୍କ ଏକ ଦଳ ରକେଟ୍ ଡିଜାଇନ୍, ପ୍ରପଲ୍ସନ ଏବଂ ଲଞ୍ଚ ସିଷ୍ଟମ ଉପରେ କାର୍ଯ୍ୟ କରିନ୍ତି ।

ନଭେମ୍ବର ୧୮, ୨୦୨୨ରେ ଭାରତର ପ୍ରଥମ ଘରୋଇ ଭାବେ ବିକଶିତ ଉପ-କକ୍ଷୀୟ ରକେଟ୍ ବିକ୍ରମ-ଏସ୍ ଲଞ୍ଚ କଲା ସ୍କାଇରୁଟ୍ । ଏହି ଉତ୍କ୍ଷେପଣ କେବଳ କମ୍ପାନି ପାଇଁ ନୁହେଁ, ବରଂ ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ବଡ଼ ଉପଲବ୍ଧି ଥିଲା । ଚଳିତ ବର୍ଷ ମେ’ରେ ସ୍କାଇରୁଟ୍ ଭାରତର ସର୍ବବୃହତ ଘରୋଇ ରକେଟ୍ ନିର୍ମାଣକାରୀ ସ୍ଥଳୀର ଉଦ୍ଘାଟନ କଲା । ଦୁଇ ପୂର୍ବ ଇସ୍ରୋ ଇଞ୍ଜିନିୟରଙ୍କ ବିଚାରରୁ ଜନ୍ମିତ ଏକ ସଂଗଠନ ଏବେ ୧୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଯେଉଁ ଛାତ୍ର ଦିନେ ପରୀକ୍ଷାରେ ନମ୍ବର ପାଇଁ ସଂଘର୍ଷ କରୁଥିଲେ, ସେ ଏବେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହାକାଶ ଯାନ । ERUT ଅକ୍ଟୋବର ୨୦୨୩ରେ ବିକ୍ରମ-୧ ଲଞ୍ଚ ଯାନକୁ ବିଶ୍ୱ ସମ୍ମୁଖାରେ ଉନ୍ମୋଚିତ କରିଥିଲା । ୨୦୨୨, ନଭେମ୍ବର ୧୮ରେ କମ୍ପାନୀ ଏହାର ପ୍ରଥମ ସବ- ଅର୍ବିଟାଲ୍ ରକେଟ୍ ଲଞ୍ଚ କରିଥିଲା ।

ଏହା ବି ପଢନ୍ତୁ...Vikram-1: ଅପେକ୍ଷାର ଅନ୍ତ... ଶେଷ ମୁହୂର୍ତ୍ତର ହୋଲ୍ଡ ପରେ ମହାକାଶକୁ ଗଲା ଭାରତର ପ୍ରଥମ ଘରୋଇ ରକେଟ୍ ! 

୭ ମହଲା ବିଶିଷ୍ଟ ଉଚ୍ଚ ଟକେଟ୍- ବିକ୍ରମ-୧ ରକେଟ୍ ଏକ ସାତ ମହଲା କୋଟାର ଉଚ୍ଚତା ସହିତ ସମାନ । ଏହା ସମ୍ପୂର୍ଣ୍ଣ ଭାବରେ କାର୍ବନ କମ୍ପୋଜିଟରେ ତିଆରି । ଏହା ଏକ ଥ୍ରୀଡି ପ୍ରିଣ୍ଟେଡ୍ ଇଞ୍ଜିନ ଏବଂ ଉଚ୍ଚ ଥ୍ରଷ୍ଟ କଠିନ ଇନ୍ଧନ ବୁଷ୍ଟର ସହିତ ସଜ୍ଜିତ । ଏହି ରକେଟ୍ ଏକ ୩୫୦ କିଲୋଗ୍ରାମ ଓଜନର ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥରେ ନେଇଯିବାକୁ ସକ୍ଷମ । ଏହାର ପ୍ରଥମ ଉଡାଣରେ ରକେଟ୍ ୬୦ ଡିଗ୍ରୀ କୋଣରେ ୪୫୦ କିଲୋମିଟର ଯାତ୍ରା କରିଥିଲା ।