ପ୍ରମୂଖ ଖବର
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
  • ||

ମୋନେଟ କାରଖାନା ଫାଟକ ସମ୍ମୁଖରେ ଦୁର୍ଘଟଣା; ବାଇକ୍‌କୁ ଧକ୍କା ଦେଲା କାର୍, ବାପ-ଝିଅ ଗୁରୁତର

Published By : Prameya | June 10, 2025 11:43 AM

ଅନୁଗୁଳ ୧୦/୦୬ (ଜଗଦୀଶ ନାୟକ): ନିଶା ଶିଳ୍ପାଞ୍ଚଳ ଥାନା ମୋନେଟ କାରଖାନା ଫାଟକ ସମ୍ମୁଖରେ ଏକ କାର ଧକ୍କାରେ ବାପ -ଝିଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଭୟଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। 

ସୂଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ବକଳ ଗାଁର ବିରବର ସିଙ୍ଗ (୪୦) ଓ ତାଙ୍କ ଝିଅ ପ୍ରିୟଙ୍କା ସିଙ୍ଗ(୧୦) ଉଭୟ ବାଇକ ଯୋଗେ ଛେଣ୍ଡିପଦା ଅଭିମୁଖେ ବାଇକ ଯୋଗେ ବନ୍ଧୁ ଘରକୁ ଯାଉଥିଲେ। ସକାଳ ପ୍ରାୟ ୧୦ ଟା ବେଳକୁ ଦ୍ରୁତ ଗତିରେ ଛେଣ୍ଡିପଦା ଆଡ଼କୁ ଯାଉଥିବା ଏକ କାର ତାଙ୍କୁ ମୋନେଟ କାରଖାନା ଫାଟକ ସମ୍ମୁଖରେ ବାଇକ୍‌କୁ ଧକ୍କା ଦେଇ ପଳାଇଥିଲା। କାର ଧକ୍କାରେ ବାଇକ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଦୁର୍ଘଟଣାରେ ବିରବର ଓ ପ୍ରିୟଙ୍କା ରାସ୍ତାରେ ଗୁରୁତର ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପ୍ରିୟଙ୍କାଙ୍କ ମୁହଁ ହାତ ଗୋଡ ଖଣ୍ଡିଆ ହୋଇଥିବା ବେଳେ ବିରବରଙ୍କ ମୁଣ୍ଡ ଛାତି ହାତ ଗୋଡ଼ରେ ଗଭୀର କ୍ଷତ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.