ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା : ବସ୍ ସହ କାର୍ ଧକ୍କା, ଯୁବକଙ୍କ ଅକାଳ ମୃତ୍ୟୁ

Published By : Rasmita Pradhan | February 13, 2025 3:24 PM

ଭୁବନେଶ୍ଵର, ୧୩/୦୨ : ମହାକୁମ୍ଭରୁ ମହାଯାତ୍ରା। ପୂଣ୍ୟ ଅର୍ଜିବାକୁ ପ୍ରୟାଗରାଜ ବୁଡ଼ ପକାଇବାକୁ ଯାଇଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଅକାଳରେ ଚାଲିଗଲା ୩୫ ବର୍ଷୀୟ ଯୁବକଙ୍କ ଜୀବନ। ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ମହସା ମାଉସୀ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା, ସ୍ତ୍ରୀ ସହ ୨ ବର୍ଷର ଶିଶୁକନ୍ୟା। ସେପଟେ ଭେଣ୍ଡିଆ ପୁଅକୁ ହରାଇ ଉଚ୍ଛନ୍ନ ହୋଇଯାଇଛି ଗୋଟିଏ ପରିବାର। ରାଉରକେଲା କୋଏଲ ନଗରରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। 

ଗତ ଗୁରୁବାର କାର୍ ଯୋଗେ ହସଖୁସିରେ ପ୍ରୟାଗରାଜ ଯାଇଥିଲେ ରାଉରକେଲା କୋଏଲ ନଗରର ପୁଜାରୀ ପରିବାର। ମଉସା, ମାଉସୀଙ୍କ ସହ ମା, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କୁ ଧରି ନିଜେ କାର୍ ଚଳାଇ ଯାଇଥିଲେ ରତିନ ପୁଜାରୀ। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସୋମବାର ପୂର୍ବାହ୍ନରେ ପ୍ରୟାଗରାଜ ଛାଡ଼ିଥିଲେ ପୁଜାରୀ ପରିବାର। ହେଲେ ୟୁପିର ସୋମଭଦ୍ରାରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା କାର୍। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ଚାଲିଯାଇଥିଲା ରତିନଙ୍କ ଜୀବନ। ଗୁରୁତର ଭାବେ ସୋମଭଦ୍ରା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପରିବାରର ଅନ୍ୟ ସଦସ୍ୟ। ତେବେ ରତିନଙ୍କ ମାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ବୁଧବାର ରତିନଙ୍କ ମୃତଦେହ ଧରି ଘରକୁ ଫେରିଛନ୍ତି ପରିବାର। ସେପଟେ ବାରାଣାସୀ ଡ଼ାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ମଉସା ମାଉସୀ। 

ରତିନଙ୍କ ମୃତଦେହ ଫେରିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଛି ଘର। ଏକମାତ୍ର ସାହା ଭରଷାକୁ ହରାଇ ଭାଙ୍ଗି ପଡିଛି ପରିବାର। ୪/୫ ବର୍ଷେ ତଳେ ବାପା ଆରପାରିକୁ ଯାଇଥିଲେ। ଆଉ ଏବେ ପୁଅର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ। ପୁଜାରୀ ପରିବାରର ଏଭଳି ଦୁଃଖ ଦେଖି ସାହି ପଡୋଶୀଙ୍କର ବି ଛାତି ଫାଟିଯାଉଛି। ପୁଅକୁ ହରାଇ ମାର କୋଳଶୂନ୍ୟ ହୋଇଯାଇଛି। ସେପଟେ ୨ ବର୍ଷର ଝିଅଟି ବାପ ଛେଉଣ୍ଡ ହୋଇଯାଇଛି। 

ଏହି ଖବରଟିକୁ ପଢନ୍ତୁ-ଆନନ୍ଦପୁରରେ ସିରିଜ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.