ବୌଦ୍ଧ, ୩।୨ :  ବୌଦ୍ଧ ଚମ୍ପାପୁର୍ ଛକରେ ସିରିଜ ଦୁର୍ଘଟଣା। ୭ ବାଇକକୁ ଧକ୍କା ଦେଇ  ରାସ୍ତା କଡକୁ ଓଲଟିଲା କାର। ଏଥିସହ ରାସ୍ତାରେ ଜଣେ ବୃଦ୍ଧା ଓ ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ  ଧକ୍କା ଦେଲା କାର। ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସତ୍ୟଭାମା ମେହେର। ଦୁର୍ଘଟଣାରେ ୭ ଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଟାୟାର ଜାଳି ଜାତୀୟ ରାଜପଥ ଗ୍ରାମବାସୀ ଅବରୋଧ  କରିଛନ୍ତି। ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁ୍‌ଝାସୁଝା  କରୁଛନ୍ତି।