ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, , ଭାରରେ ବୋହି ହସ୍ପିଟାଲକୁ ନେବା ବେଳେ ଚାଲିଗଲା ଅସୁସ୍ଥ ଯୁବତୀଙ୍କ ଜୀବନ

Published By : Prameya | April 8, 2025 8:20 PM

ମାଲକାନଗିରି  :  ରାସ୍ତା ନଥିବାରୁ ଗାଁ କୁ ଗଲା ନାହିଁ ଆମ୍ବୁଲାନ୍ସ । ଭାରରେ ୬କିଲୋମିଟର ବୋହି ହସ୍ପିଟାଲକୁ ନେଉ ଥିବା ବେଳେ ବାଟରେ ଅସୁସ୍ଥ ଯୁବତୀର ଚାଲିଗଲା ଜୀବନ। ସୂଚନା  ଆଧାରରେ, ପାହାଡ଼ ଉପରୁ ଭାରରେ ଜଣେ ଅସୁସ୍ଥ ଯୁବତୀଙ୍କୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରକୁ ବୋହି ଆଣୁଥିଲେ ପରିବାର ଲୋକେ। ହେଲେ ଡାକ୍ତରଖାନାରେ ପହଁଚିବା ଆଗରୁ ଅଧାବାଟରେ ଯୁବତୀଙ୍କ ପ୍ରାଣବାୟୁ ଉଡ଼ିଗଲା। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପାହାଡିଆ କାତ୍ରାକୁଣ୍ତ ଗ୍ରାମରେ। 

 ଜ୍ବରରେ ପୀଡିତ ସେହି ଗ୍ରାମର ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତା ଗୋଲରୀ ଗତ କିଛି ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ କାତ୍ରାକୁଣ୍ତକୁ ଯାଇପାରୁ ନଥିବାରୁ ପାହାଡ଼ିଆ ଓ ଖରାପ ରାସ୍ତାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ତାଙ୍କୁ ପରିବାର ଲୋକେ ଚେୟାରକୁ ଭାର କରି ହସ୍ପିଟାଲକୁ ନେଉଥିଲେ।

ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ବେଳେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୬ କିଲୋମିଟର ପାଦରେ ଚାଲି ସଞ୍ଜିତାଙ୍କୁ ଭାର ବୋହି କରି ପରିବାର ଲୋକେ ଆଣୁଥିଲେ। କିନ୍ତୁ ଖରାପ ରାସ୍ତା ପାଇଁ ଠିକ୍‌ ସମୟରେ ସଞ୍ଜିତା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପାରି ନଥିବାରୁ ,ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । 

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ, ଗାଁ କୁ ଭଲ ରସ୍ତାଟିଏ ନଥିବାରୁ ଅକାଳରେ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.