ଜଳେଶ୍ୱର, ୧୫/୧୧: ଅନ୍ଧ ବିଶ୍ବାସର କରୁଣ ପରିଣତି । ହୋଇ ପାରୁନି ଅନ୍ତିମ ସତ୍କାର । ୨୨ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ । ଆଉ ସ୍ବାମୀଙ୍କ ଶବକୁ ଜଗି ରହିଛି ସ୍ତ୍ରୀ । ଏଭଳି ଅଭାବନୀୟ ଦୃଶ୍ୟ ବାଲେଶ୍ବର ଜିଲ୍ଲାରୁ ସାମ୍ନାକୁ ଆସିଛି । ଜାତିଆଣ ପାଇଁ ମୃତ ବିଶ୍ବନାଥ ଦେହୁରୀଙ୍କ ଅନ୍ତିମ ସଂସ୍କାର ହେଇ ପାରୁନଥିବା ଅଭିଯୋଗ ହୋଇଛି ।  
ଜଳେଶ୍ୱର ବ୍ଲକ୍ ଅଧୀନସ୍ଥ ଧାନସିମୁଳିଆ ଗ୍ରାମରେ ଏହି ଘଟଣା ଘଟିଛି । ଜତିଆଣ ଭେଦଭାବ ପାଇଁ ବିଶ୍ୱନାଥ ଦେହୁରୀଙ୍କ ଶବକୁ କେହି କାନ୍ଧ ନଦେବାରୁ ଦୁଇ ଦିନ ଧରି ସ୍ୱାମୀଙ୍କ ଶବକୁ ଜଗି ରହିଲେ ସ୍ତ୍ରୀ ।

ସୂଚନା ମୁତାବକ, ବିଶ୍ଵନାଥ ଦେହୁରୀ ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ ।  ଶୁକ୍ରବାର ଅପରାହ୍ନ ୨ଟାରେ ତାଙ୍କ ମୃତ୍ୟୁ ହୋଇଥିଲା। ବିଶ୍ଵନାଥ ମୃତ୍ୟୁକୁ ଆଜି ଦୁଇ ଦିନ ହୋଇଥିଲେ ମଧ୍ୟ ଏବେବି ପିଣ୍ଡାରେ ପଡ଼ି ରହିଛି ଶବ । ଶବକୁ ଦୀର୍ଘ ୨୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜଗି ବସିଛନ୍ତି ତାଙ୍କ ସ୍ତ୍ରୀ । ଜାତିଆଣ ଭେଦଭାବ ପାଇଁ ଶବ ସତ୍କାର ହୋଇ ପାରୁନାହିଁ । ଜଳେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପ ଫର୍ ୟୁ ସଭାପତି ମାନସ ଧଳଙ୍କ ନେତୃତ୍ୱରେ କିଛି ପିଲା ଶବ ସତ୍କାର କରିଥିଲେ ।