• Mandatory Public Disclosure ଅପଲୋଡ କରିବାକୁ ନିର୍ଦ୍ଦେଶ
  • ସବୁ ସ୍କୁଲକୁ କଡ଼ା ନିର୍ଦ୍ଦେଶ ଦେଲା ସିବିଏସଇ
  • ନିର୍ଦ୍ଦେଶ ପାଳନ ନକଲେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ନିଜର ସବୁ ସମ୍ୱନ୍ଧିତ ସ୍କୁଲ୍ ଗୁଡ଼ିକୁ Mandatory Public Disclosure ( ବାଧ୍ୟତାମୂଳକ ସାର୍ବଜନିନ ପ୍ରକାଶନ) ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ବୋର୍ଡ ସ୍ପଷ୍ଟ କରିଛି ଯେ, ସ୍କୁଲ ଗୁଡ଼ିକର ଅଫିସିଆଲି ୱେବସାଇଟରେ ସଠିକ୍ , ସଂପୂର୍ଣ୍ଣ ଓ ଅପଡେଟେଡ୍ ସୂଚନା ଉପଲବ୍ଧ କରାଇବା ବାଧ୍ୟତାମୂଳକ।

ସିବିଏସଇ ଦ୍ୱାରା ଜାରି ଅଫିସିଆଲି ନୋଟିସ୍ ଅନୁସାରେ , ଯଦି କୌଣସି ସ୍କୁଲ ଏହି ନିର୍ଦ୍ଦେଶ ଗୁଡ଼ିକର ପାଳନ କରେନାହିଁ , ତ ଏହା ବିରୋଧରେ Affilation Bye-Laws ଅଧୀନରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେ।

ସିବିଏସଇ କହିଛି ଯେ, ଯେଉଁ ସ୍କୁଲ ବୋର୍ଡ ସହ ସମ୍ୱନ୍ଧତା ପ୍ରାପ୍ତ କରିବାକୁ ଚାହେଁ କିମ୍ୱା ପୂର୍ବରୁ ସମ୍ୱନ୍ଧ ଅଛି, ତାଙ୍କ ପାଇଁ କାର୍ଯ୍ୟକାରୀ (ଫଙ୍କସନାଲ) ୱେବସାଇଟ୍ ବିକଶିତ କରିବା ବାଧ୍ୟତାମୂଳକ। ୱେବସାଇଟ୍‌ରେ ସ୍କୁଲ୍ ସହ ଜଡ଼ିତ ସବୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଉପଲବ୍ଧ କରାଇବା Affilation Bye-Lawsର ଅନେକ ଧାରା ଅନୁସାରେ ଅନିବାର୍ଯ୍ୟ ସର୍ତ୍ତ ଅଛି।

ଏହାସହ ମଧ୍ୟ ପଢନ୍ତୁ :  AI ଯୁଗରେ ମଣିଷ କେମିତି ହେବେ ସଫଳ ? ୟୁଏଇର ଏଆଇ ମନ୍ତ୍ରୀ କହିଲେ ରାସ୍ତା …ଦେଲେ ବଡ଼ ଚେତାବନୀ

୧୫ ଫେବ୍ରୁଆରୀ ୨୦୨୬ ଯାଏ ଅପଲୋଡ୍ କରିବାକୁ ହେବ ସଂପୂର୍ଣ୍ଣ ତଥ୍ୟ –

ବୋର୍ଡ ସ୍କୁଲ୍ ଗୁଡିକୁ ନିର୍ଦ୍ଦେଶ ଦେଇଛି ଯେ, Appendix IX ର ସଂଶୋଧିତ ଫର୍ମାଟ ଅନୁସାରେ ନିଜର ୱେବସାଇଟରେ ସୂଚନା ୧୫ ଫେବ୍ରୁଆରୀ ୨୦୨୬ ସୁଦ୍ଧା ବାଧ୍ୟତାମୂଳକ ଭାବେ ଅପଲୋଡ୍ କରନ୍ତୁ। Affilation Bye-Laws ର ଧାରା ୧୪.୧ ଅନୁସାରେ , ସିବିଏସଇ ଦ୍ୱାରା ଜାରି ସବୁ ନିର୍ଦ୍ଦେଶ ଗୁଡ଼ିକର ପାଳନ କରିବା ସ୍କୁଲ ଗୁଡ଼ିକ ପାଇଁ ବାଧ୍ୟକାରୀ।

Mandatory Public Disclosure ରେ କଣ କଣ ଜରୁରୀ –

Affilation Bye-Laws ର ଧାରା ୨.୩.୮ ଓ ୨.୪.୯ ଅନୁସାରେ, ପ୍ରତି ସିବିଏସଇ ସ୍କୁଲ୍‌ ଗୁଡ଼ିକୁ ନିଜର ୱେବସାଇଟରେ ନିମ୍ନ ସୂଚନା ଦେବା ଜରୁରୀ –

  • ସ୍କୁଲ ସମ୍ୱନ୍ଧିତ ସ୍ଥିତି
  • ଇନଫ୍ରାଷ୍ଟ୍ରକଚର ବିବରଣୀ
  • ଫିସ୍ ସରଞ୍ଚନା
  • ଛାତ୍ରଛାତ୍ରୀଙ୍କ ସଂଖ୍ୟା
  • ସଂପର୍କ ବିବରଣୀ
  • ଶିକ୍ଷକଙ୍କ ପୂରା ତାଲିକା ଓ ସେମାନଙ୍କ ଶୈକ୍ଷଣିକ ଯୋଗ୍ୟତା
  • ସମସ୍ତ ବୈଧ ଓ ସେଲ୍ଫ- ଆଟେଷ୍ଟେଡ୍ ଡକ୍ୟୁମେଣ୍ଟ (Appendix IX ଅନୁସାରେ)

ସେପ୍ଟେମ୍ୱର ଯାଏ ବାର୍ଷିକ ରିପୋର୍ଟ କରିବା ଅନିବାର୍ଯ୍ୟ –

ସିବିଏସଇ ଧାରା ୧୪.୫ର ଉଲ୍ଲେଖ କରି କହିଛି ଯେ, ପ୍ରତି ସ୍କୁଲକୁ ୧୫ ସେପ୍ଟେମ୍ୱର ପୂର୍ବରୁ ବାର୍ଷିକ ରିପୋର୍ଟ (ଆନୁଆଲ ରିପୋର୍ଟ) ନିଜର ୱେବସାଇଟରେ ଅପଲୋଡ୍ କରିବାକୁ ହେବ। ଉକ୍ତ ରିପୋର୍ଟରେ ସାମିଲ ହେବା ଉଚିତ୍ –

  • ଏକାଡେମିକ୍ କ୍ୟାଲେଣ୍ଡର
  • ଶିକ୍ଷକଙ୍କ ଯୋଗ୍ୟତା ଓ ପ୍ରଶିକ୍ଷଣ ବିବରଣୀ
  • ପରୀକ୍ଷା ରେଜଲ୍ଟ
  • ଖେଳ ସମ୍ୱନ୍ଧୀୟ ଉପଲବ୍ଧି
  • ପରିବେଶ ଶିକ୍ଷାର କାର୍ଯ୍ୟକଳାପ
  • ପିଟିଏ ( ପାରେଣ୍ଟ-ଟିଚର ଆସୋସିଏସନ)ର କାର୍ଯ୍ୟକଳାପ
  • ସ୍କୁଲ ପ୍ରବନ୍ଧନ କମିଟି(ଏସଏମସି)ର ନିଷ୍ପତ୍ତି
  • ମୋଟ ଷ୍ଟୁଡେଣ୍ଟଙ୍କ ସଂଖ୍ୟା

ଅନେକ ସ୍କୁଲ ଏବେ ବି ନିୟମ ପାଳନ କରୁ ନାହାନ୍ତି –

ସିବିଏସଇ ଚିନ୍ତା ପ୍ରକାଶ କରିଛି ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ୱେ ଅନେକ ସ୍କୁଲର ୱେବସାଇଟରେ - ଅଧା ତଥ୍ୟ ,ଭୁଲ ବିବରଣ , ଅଯୋଗ୍ୟ କାଗଜପତ୍ର ଓ ଶିକ୍ଷକଙ୍କର ଯୋଗ୍ୟତା ସଂପର୍କିତ ତଥ୍ୟର ଅଭାବ ଭଳି ତ୍ରୁଟି ପରିଲିଖିତ ହୋଇଛି।