ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି । ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋବକୁ ଯାଉଛି  । ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ ହେବ । ସିବିଏସଇ ପକ୍ଷରୁ ୮୬ ଦିନ ପୂର୍ବରୁ ପରୀକ୍ଷା ସୂଚୀ ଜାରି କରାଯାଇଛି । ଫଳରେ ପ୍ରସ୍ତୁତି ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ । 

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ଶେଷ ହେବ । ସେହିଭଳି ସିବିଏସ୍‌ଇ ସିନିୟର ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ୨୦୨୫, ଫେବୃଆରୀ ୧୫ରୁ ଏପ୍ରିଲ୍‌ ୪, ୨୦୨୫ ଯାଏଁ ଚାଲିବ । ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସଂୟମ ଭରଦ୍ବାଜ କହିଛନ୍ତି ଯେ, ଦୁଇଟି ବିଷୟରେ ପରୀକ୍ଷା ମଧ୍ୟରେ ଯଥେଷ୍ଟ ସମୟ ଦିଆଯାଇଛି । ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତି ଲାଗି ଅଧିକରୁ ଅଧିକ ସମୟ ମିଳିପାରିବ ।