ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୁଣବତ୍ତାରେ ଫେଲ୍ ମାରିଛି ୧୩୫ ମେଡିସିନ୍ ସାମ୍ପଲ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ଚାଞ୍ଚଲ୍ୟକର ରିପୋର୍ଟ

Published By : Swapna Ray | January 25, 2025 3:37 PM

ନୂଆଦିଲ୍ଲୀ, ୨୫।୧: ଫେଲ୍ ମାରିଛି ୧୩୫ ମେଡିସିନର ସାମ୍ପଲ୍ । ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । ହାଇ ବିପି-ଡାଇବେଟିସ୍ ଏବଂ ଭିଟାମିନ୍ ଡି-୩ ର ଟାବଲେଟ୍ ବି ସାମିଲ । ଡିସେମ୍ବରରେ ପରୀକ୍ଷା ପାଇଁ ନିଆଯାଇଥିବା ଔଷଧ ନମୁନାର ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ । ଯେଉଁଥିରେ ୧୩୫ରୁ ଅଧିକ ମେଡିସିନ୍ ପାରାମିଟରରେ ଅବୈଧ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ଯେଉଁ ଔଷଧଗୁଡ଼ିକର ନମୁନା ବିଫଳ ହୋଇଛି, ସେଗୁଡ଼ିକ ମଧ୍ୟରେ ହୃଦ୍‌ରୋଗ, ସୁଗାର, କିଡନୀ, ବିପି ଏବଂ ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ଅନ୍ତର୍ଭୁକ୍ତ । ଗତ କିଛି ମାସ ଧରି ଏହି ଔଷଧ ନମୁନାଗୁଡ଼ିକ କ୍ରମାଗତ ଭାବରେ ମାନଦଣ୍ଡ ପୂରଣ କରୁନାହିଁ । ଦେଶର ଅନେକ ବଡ଼ ଔଷଧ କମ୍ପାନୀ ଦ୍ୱାରା ଏହି ଔଷଧଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଯାହା ପରେ ଔଷଧଗୁଡ଼ିକ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି । ଏପରିକି ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଘୋଷଣା କରାଯାଇଛି ।

ଏହି ଔଷଧଗୁଡ଼ିକର ନିର୍ମାତାମାନଙ୍କୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଔଷଧଗୁଡ଼ିକ ମଧ୍ୟରୁ ଅଧିକାଂଶ ମଧୁମେହ ଏବଂ ମାଇଗ୍ରେନ୍ ରୋଗୀଙ୍କୁ ଦିଆଯାଉଥିଲା । କେନ୍ଦ୍ରୀୟ ପରୀକ୍ଷାଗାରଗୁଡ଼ିକ ଦ୍ୱାରା ୫୧ଟି ଔଷଧ ନମୁନା ଏବଂ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାଗୁଡ଼ିକ ଦ୍ୱାରା ୮୪ଟି ଔଷଧ ନମୁନା ମାନକ ଗୁଣବତ୍ତା ପୂରଣ କରୁନଥିବା ଜଣାପଡ଼ିଛି । ଯେଉଁ କାରଣରୁ ଔଷଧ ନିର୍ମାତାଙ୍କ ଲାଇସେନ୍ସ ବାତିଲ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ଆପଣ ଖାଉନାହାନ୍ତି ତ ଏହିସବୁ ଔଷଧ ? 

ନିମ୍ନମାନର ଔଷଧଗୁଡ଼ିକ ମଧ୍ୟରେ ମଧ୍ୟରେ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଆଣ୍ଟିବାୟୋଟିକ୍ ଔଷଧ– ସେଫପୋଡକ୍ସିମ ଟାବଲେଟ୍ ଆଇପି ୨୦୦-ଏମଜି, ଡିଭାଲପ୍ରୋଏକ୍ସ ଏକ୍ସଟେଣ୍ଡେଡ୍-ରିଲିଜ୍ ଟାବଲେଟ୍, ମେଟଫର୍ମିନ୍ ହାଇଡ୍ରୋକ୍ଲୋରାଇଡ୍ ଟାବଲେଟ୍, ଜିଙ୍କ ସଲଫେଟ୍ ଟାବଲେଟ୍, ମେଟଫର୍ମିନ୍ ଟାବଲେଟ୍ ୫୦୦ ଏମଜି, ଆମୋକ୍ସିମନ୍ ସିଭି-୬୨୫, ପାରାସିଟାମଲ୍ ୫୦୦ ଏମଜି ସାମିଲ । ଏହା ସହିତ ସିଏମଜି ବାୟୋଟେକର ବିଟା ହିଷ୍ଟିନ୍, ସିପ୍ଲାର ଓକାମାଟ୍, ଆଡମାଡ୍ ଫାର୍ମାର ପେଣ୍ଟାପ୍ରାଜୋଲ୍, ୱେଡ୍ସପ୍ ଫାର୍ମାର ଆମୋକ୍ସିସିଲିନ୍, ଶମଶ୍ରୀ ଲାଇଫ୍ ସାଇନ୍ସସର ମେରୋପେନେମ୍ ଇଞ୍ଜେକ୍ସନ୍-୫୦୦, ଓରିସନ୍ ଫାର୍ମାର ଟେଲମିସାର୍ଟନ୍, ମାର୍ଟିନ୍ ଆଣ୍ଡ୍ ବ୍ରାଉନ୍ କମ୍ପାନୀର ଆଲବେଣ୍ଡାଜୋଲ୍ ଅନ୍ତର୍ଭୁକ୍ତ ।

୩୦୦ରୁ ଅଧିକ ଔଷଧ ବ୍ୟାନ୍:

ନିକଟରେ ସରକାର ଏକାଧିକ ଔଷଧ ଉପରେ ବ୍ୟାନ୍ ଲଗାଇଥିଲେ । ଏଥିମଧ୍ୟରେ ୨୦୬ଟି ଫିକ୍ସ ଡୋଜ୍ ଔଷଧକୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ସେହି ଔଷଧଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଦର୍ଶାଯାଇଥିଲା । କହିରଖୁ କି, ଔଷଧ ପରାମର୍ଶଦାତା ବୋର୍ଡର ସୁପାରିଶ ପରେ ସରକାର ଏହି ନିଷ୍ପତ୍ତି ନେଇଥିଲେ ।

କେମିତି ଯାଞ୍ଚ ହୁଏ ଔଷଧର ଗୁଣବତ୍ତା ? 

ଡ୍ରଗ ଅଥରିଟି କ୍ୱାଲିଟି ଟେଷ୍ଟଙ୍କ ଦ୍ୱାରା ଔଷଧର ଗୁଣବତ୍ତା ଯାଞ୍ଚ ହୁଏ । ଯାଞ୍ଚ ସମୟରେ ଔଷଧର ପ୍ରଭାବ ଓ ଏହା ଲୋକଙ୍କ ପାଇଁ କେତେ ସୁରକ୍ଷିତ ସେନେଇ ଯାଞ୍ଚ କରାଯାଏ । ଏଥିପାଇଁ ସିଡିଏସ୍‌ସିଓ ବିଶେଷଜ୍ଞ ଟିମ୍ ଏଅନେକ ପ୍ରକାର ପରୀକ୍ଷଣ କରିଥାନ୍ତି । ପ୍ରଥମ ପର୍ଯ୍ୟାୟରେ ଔଷଧର କାଗଜପତ୍ର, ଏକ୍ସପାଏରୀ ଡେଟ୍ ଓ ଲେବଲିଂ ଆଦି ଯାଞ୍ଚ କରାଯାଏ । କୌଣସି ପ୍ରକାର ଭୁଲ୍ ସୂଚନା ଥିଲେ ଏହାକୁ ପୁନର୍ବାର ଯାଞ୍ଚ କରାଯାଇଥାଏ । ସୂଚନା ଭୁଲ୍ ଥିଲେ ଏହାର ଲେବଲିଂକୁ ପରିବର୍ତ୍ତନ କରାଯାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.