ପ୍ରମୂଖ ଖବର
  • କଟକ: ରାଜ୍ୟ ଖାଉଟି କମିଶନର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

୧୪ବର୍ଷର ବ୍ୟବଧାନରେ ହେବ ଜନ ଗଣନା; ପ୍ରସ୍ତୁତ ହେଉଛନ୍ତି ସରକାର

Published By : Gurupada Nath | June 1, 2025 11:23 PM

କଟକ, ୧/୬ : ପ୍ରାୟ ୧୪ ବର୍ଷର ବ୍ୟବଧାନରେ ହେବ ଜନ ଗଣନା, ଏଥର ଜାତି ଜନ ଗଣନା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ଅବଶ୍ୟ କେବେଠାରୁ ଏହା ଆରମ୍ଭ ହେବ, ତାନେଇ ସ୍ପଷ୍ଟ ସୂଚନା ଆସିନାହିଁ। କିନ୍ତୁ ଏହାର ଲାଭ ଏବଂ କ୍ଷତି ଭଳି ଉଭୟ ପାର୍ଶ୍ୱକୁ ଦେଖିଲେ, ଅନେକ ମତ ସାମ୍ନାକୁ ଆସୁଛି। ବିଶେଷ କରି ରାଜନୈତିକ ମହଲରେ ଜାତି ଜନ ଗଣନାକୁ ନେଇ ଏକମତ ସୃଷ୍ଟି ହେଲାଭଳି ଲାଗୁନାହିଁ। ଖାସ କରି ବିଜେଡି, କେତୋଟି ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଛି। ତେବେ ଏସଂକ୍ତାନ୍ତରେ ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ କ’ଣ ସବୁ ମତ ସାମ୍ନାକୁ ଆସିଛି, ଦେଖିବା ଏହି ରିପୋର୍ଟରେ।

JP ଆନ୍ଦୋଳନର ଜଣେ କଟର ସମର୍ଥକ ଭାବେ ଜଣାଶୁଣା ଚେହେରା ହେଉଛନ୍ତି ସମାଜବାଦୀ ନେତା ଚିତ୍ତରଞ୍ଜନ ମହାନ୍ତି। ତାଙ୍କ ମତରେ, ଜାତି ଭିତ୍ତିକ ଆରକ୍ଷଣ ଲାଗି ମଣ୍ଡଳ କମିଶନ ଯେଉଁ ସବୁ ସୁପାରିଶ କରିଥିଲେ, ତାହା ସମୟୋପଯୋଗୀ ଥିଲା। କିନ୍ତୁ ପରିବର୍ତ୍ତିତ ଅର୍ଥନୀତି ଏବଂ ସାମାଜିକ ଚଳଣି, ଲୋକଙ୍କୁ ଭିନ୍ନ ଭିନ୍ନ ବୃତ୍ତି ଆପଣେଇବାକୁ ବାଧ୍ୟ କରିଛି। ତାଙ୍କ ମତରେ ବ୍ରିଟିଶରମାନେ ଭାରତୀୟଙ୍କଠାରୁ ବୃତ୍ତି ଛଡାଇ ନେଇଥିଲେ, କେବଳ ନଅଙ୍କ ଦୁର୍ଭିକ୍ଷ ବେଳେ ଲକ୍ଷାଧିକ ଲୁଣ ଚାଷୀ ମୃତ୍ୟୁ ବରଣ କରିଥିଲେ। ତେଣୁ ସମୟ କ୍ରମେ କୌଳିକ ବୃତ୍ତିଠାରୁ ଲୋକମାନେ ମୁହଁ ଫେରାଇ ନେଲେ। ଯଦ୍ୱାରା ସେମାନଙ୍କ ଭିତରୁ ଅନେକ ବୃତ୍ତି ହରା ହେଲା। କିନ୍ତୁ ଜାତି ବ୍ୟବସ୍ଥା ଏବେବି ଅଛି। ତେଣୁ ଜାତି ଭିତ୍ତିକ ଜନଗଣନା ହେଲେ, ଦେଶର ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ଯାହାକୁ ନେଇ ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ଆବଶ୍ୟକ ସ୍ଥଳେ ଆର୍ଥିକ ସଂସ୍କାର ମୂଳକ ପଦକ୍ଷେପ ମାନ ନିଆଯାଇ ପାରିବ।

ପରାଧୀନ ଭାରତରେ ପ୍ରଥମ ଜନ ଗଣନା ୧୮୭୧ ମସିହାରେ ହେଲା। ଏବଂ ବ୍ରିଟିଶ ସରକାର ଶେଷ ଥର ପାଇଁ,୧୯୩୧ ରେ ଜାତି ଜନ ଗଣନା କରିଥିଲେ। ତେବେ ୨୦୧୧ ଜନ ଗଣନା ଅନୁସାରେ ଦେଶର ମୋଟ ଜନ ସଂଖ୍ୟା ୧୨୧ ଥିଲା ବେଳେ ଓଡ଼ିଶାର ଜନସଂଖ୍ୟ ଥିଲା ୪ କୋଟି ୧୯ ଲକ୍ଷ। ଶେଷ ଥର ପାଇଁ ଭାରତ ସରକାର ଯେଉଁ ଜାତି ଜନ ଗଣନା କରିଥିଲେ, ତାର ତଥ୍ୟ ମୁତାବକ, ଦେଶରେ ଅନୁସୂଚିତ ଜାତି ୧୯ ଦଶମିକ ୦୭ ପ୍ରତିଶତ, ଅନୁସୂଚିତ ଜନ ଜାତି ହେଲେ ୮ ଦଶମିକ ୫ ପ୍ରତିଶତ, ଓବିସି ୪୧ ଦଶମିକ ୦୧। ତେବେ ସମସ୍ୟା ହେଲା ଦେଶର ପ୍ରାୟ ପ୍ରତ୍ବେକ ରାଜ୍ୟ ନିଜ ନିଜ ସ୍ତରରେ ଜାତି ଆଧାରିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଯାହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପ୍ରସ୍ତୁତ ହୋଇଥିବା ଜାତି ତାଲିକାରେ ଅସମନତା ରହିଛି। ଯେପରି ଓଡିଶା ସରକାର ଦେଉଥିବା sebc କୋଟା ଅନ୍ୟ ରାଜ୍ୟରେ ବୈଧ ନୁହେଁ।ଏବଂ କେନ୍ଦ୍ର ପ୍ରସ୍ତୁତ କରିଥିବା obc ତାଲିକାରୁ ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ ବ୍ୟକ୍ତି ବାଦ ପଡିଛନ୍ତି।  ଯାହାକୁ ନେଇ ରାଜନୈତିକ ମହଲରେ ଦ୍ୟୁମତ ଦେଖାଦେଇଛି। ବିଜେଡି କହୁଛି, ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଆରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଉଚିତ। ଏବଂ ରାଜ୍ୟ ମାନଙ୍କର ମତ ନେଲାପରେ ଜାତି ଜନ ଗଣନା କରାଯିବା ଆବଶ୍ୟକ। ତେଣେ ବିଜେପିର ମତ ହେଲା, ନିକଟରେ ଓଡ଼ିଶା ସରକାର ଲାଗୁ କରିଥିବା ସ୍ୱତନ୍ତ୍ର obc କୋଟା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ। ତାସତ୍ୱେ ଆହୁରି ଅନେକ ବର୍ଗଙ୍କୁ ଚିହ୍ନଟ କରିବା ଲାଗି ପଦକ୍ଷେପ ଜରୁରୀ। ତେବେ ପ୍ରଶ୍ନ ହେଲା, ଏତେ ସବୁ ସମସ୍ୟା ଭିତରେ ଜାତି ଜନ ଗଣନା ପାଇଁ  ମାପକାଠି କଣ ରହିବ, ତାହା  ଜାଣିବା କେମିତି?

ଇତିହାସ କୁହେ ବୈଦିକ ଯୁଗ ଠାରୁ ଆରମ୍ଭ କରି ବ୍ରିଟିଶ କାଳ ପର୍ଯ୍ୟନ୍ତ, ଭରତରେ ମୁଖ୍ୟତଃ ଜାତି ଆଧାରିତ ବୃତ୍ତି ବ୍ୟବସ୍ଥା ଥିଲା। କିନ୍ତୁ ଆଧୁନିକ ଯୁଗର ନୂତନ ପିଢ଼ି ଯଦିଓ ଜାତିକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ଭାରତୀୟ ଗ୍ରାମୀଣ ଜୀବନରେ ଜାତି ବ୍ୟବସ୍ଥା ଏବେବି ବଞ୍ଚିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.