ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରାର ଶୁଭାରମ୍ଭ : ଖୋଲିଲା ଗଙ୍ଗୋତ୍ରୀ ଧାମର କବାଟ, ଦର୍ଶନ କଲେ ଧାମି... ମୋଦିଙ୍କ ନାମରେ ହେଲା ପ୍ରଥମ ପୂଜା

Published By : Rasmita Pradhan | April 30, 2025 12:42 PM

ଭୁବନେଶ୍ଵର, ୩୦/୦୪ : ଅକ୍ଷୟ ତୃତୀୟାରୁ ଆରମ୍ଭ ହେଲା ଚାରିଧାମ ଯାତ୍ରା। ବୈଦିକ ମନ୍ତ୍ର ଉଚ୍ଚାରଣ ଏବଂ ଗଙ୍ଗା ସହସ୍ରନାମ ପାଠ ସହ ସକାଳ ସାଢେ ୧୦ଟାରେ ଖୋଲିଲା ଗଙ୍ଗୋତ୍ରୀ ଧାମର କବାଟ। ହର ହର ଗଙ୍ଗେ ଧ୍ଵନିରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ହେଲା ପ୍ରଥମ ପୂଜା। ଆଜିଠାରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗଙ୍ଗୋତ୍ରୀ ଧାମରେ ପହଞ୍ଚି ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟାରେ ଭକ୍ତମାନଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମର ଦ୍ୱାର ଖୋଲାଯାଇଛି। ଆଜିଠାରୁ ଛଅ ମାସ ଯାଏଁ ନିରନ୍ତର ଗଙ୍ଗା ମାତାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

ସେପଟେ ୧୧ଟା ୫୫ରେ ବିଧି ବିଧାନର ସହ ଯମୁନେତ୍ରୀ ଧାମର କବାଟ ଖୋଲିଛି। ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହାପରେ ମେ ୨ ତାରିଖରେ କେଦାରନାଥ ଏବଂ ୪ ତାରିଖରେ ବଦ୍ରିନାଥଙ୍କ କବାଟ ଖୋଲିବ। ଏଥିପାଇଁ ମନ୍ଦିର ସାଜସଜ୍ଜା କାମ ଆରମ୍ଭ ହୋଇଯାଇଛି।

ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ପ୍ଲାନ ଏ, ବି ଏବଂ ସି ପ୍ରସ୍ତୁତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିକଳ୍ପ ମାର୍ଗ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ସବୁ ମାର୍ଗରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଚାରିଧାମ ଯାତ୍ରା ମାର୍ଗକୁ ୧୫ ସୁପର ଜୋନ୍, ୪୧ ଜୋନ୍ ଏବଂ ୨୧୭ ସେକ୍ଟରରେ ବଣ୍ଟା ଯାଇଛି। ଏଥର ୬୨୪ଟି ସିସିଟିଭି କ୍ୟାମେରା ଇନଷ୍ଟଲ କରାଯାଇଛି। ଏଏସପି ଏବଂ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.