ଚେନ୍ନାଇ : ଚେନ୍ନାଇରେ ଭାରତୀୟ ବାୟୁସେନାର ୯୨ତମ ବର୍ଷ ପୂର୍ତ୍ତୀ ଅବସରରେ ଏୟାର ଶୋ’ର ଆୟୋଜନ କରାଯାଇ ଥିଲା। ଶୋ’କୁ ଦେଖିବା ପାଇଁ ମରୀନା ବିଚ୍‌ରେ ରବିବାର ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଲାଗି ଥିଲା। ଡିହାଇଡ୍ରେସନ ଓ ଗରମ କାରଣରୁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ୩ ବ୍ୟକ୍ତି ହେଲେ ପେରୁଙ୍ଗଲଥୁରର ଶ୍ରୀନିବାସନ (୪୮) , ତିରୁଭୋଟ୍ଟିୟୁରର କାର୍ତ୍ତିକେୟନ (୩୪) ଓ କୋରୁକୁପେଟର ଜନ୍‌ (୫୬) ।

କୁହାଯାଇଛି ଯାତାୟାତ ଅଧିକାରୀଙ୍କ ଖରାପ କାର୍ଡିନେସନ କାରଣରୁ ଚେନ୍ନାଇରେ ଲକ୍ଷ ଲକ୍ଷ ଲୋକ ଫସିଗଲେ। ସହରର ଅନେକ ସ୍ଥାନରେ ଏମିତି ଘଟଣା ସାମନାକୁ ଆସିଛି। ଯେଉଁଠି ଲୋକେ ଘଣ୍ଟା ଘଣ୍ଟା ଯାଏ ଭିଡ଼ରେ ଫସି ରହିଲେ। ଏପଟେ ମରୀନା ବିଚ୍‌ (ଯେଉଁଠ ଏୟାର ଶୋ ହୋଇଥିଲା) ରେ ଏକାଠି ହୋଇଥିବା ଭିଡ଼କୁ କାର୍ଯ୍ୟକ୍ରମ ପରେ ସେଠାରୁ ବାହାରିବାକୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। 

ସୂଚନା ମୁତାବିକ , ୧୬ ଲକ୍ଷ ଲୋକଙ୍କ ଏକାଠି କରି ଲିମକା ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ନାମ ରୁଜୁ କରାଇବାର ଉଦ୍ଦେଶ୍ୟରେ ଆୟୋଜିତ ଏୟାର ଶୋ , ସକାଳ ୧୧ ଟାରେ ଆରମ୍ଭ ହୋଇଥିଲା ଏବଂ ଦ୍ୱିପ୍ରହର ୧ଟା ଯାଏ ଚାଲିଲା। ହେଲେ ହଜାର ହଜାର ଲୋକ ସକାଳ ୮ଟାରେ ଖରାରେ ଏକାଠି ହୋଇ ଯାଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଗରମ କାରଣରୁ ଅନେକ ବୟସ୍କ ଲୋକ ଚେତାଶୂନ୍ୟ ହୋଇଗଲେ। 

ଭିଡ଼ର ସମସ୍ୟାକୁ ଆହୁରି ବଢିବାରୁ ଆଖପାଖରେ ପାଣି ବିକ୍ରେତାଙ୍କୁ ହଟେଇ ଦିଆ ଗଲା। ଏଥିରେ ଉପସ୍ଥିତ ଲୋକଙ୍କୁ ପାଣି ମିଳି ପାରି ନଥିଲ। ଯେମିତି ଶୋ ଶେଷ ହେଲା , ପ୍ରବଳ ଭିଡ଼ ଏକାଥରେ କାମରାଜର ସଲାଇ ଆଡ଼କୁ ବାହାରିବାକୁ ପ୍ରୟାସ କରିଥିଲେ ,ଯେଉଁଥିରେ ଯାତାୟାତ ସଂପୂର୍ଣ୍ଣ  ଅବରୋଧ ହୋଇଗଲା । ଖରା ଓ ପ୍ରବଳ ଭିଡ଼ରେ କ୍ଲାନ୍ତ କିଛି ଲୋକ ରାସ୍ତା କଡ଼ରେ ବସିଗଲେ। 

ହେଲେ ସମୁଦ୍ର ତଟ ପାଖରେ ରହୁଥିବା ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଲେ ଏବଂ ଜରୁରୀ ଲୋରଙ୍କ ପାନୀୟ ଜଳ ଦେଇଥିଲେ। ଏହି ସମୟରେ ମେଟ୍ରୋ ଷ୍ଟେସନରେ ଭିଡ଼ ଅଧିକ ବଢି ଗଲା। କାରଣ ଲୋକେ ଘରକୁ ଫେରିବା ପାଇଁ ବିକଳ୍ପ ରାସ୍ତା ଖୋଜିବାରେ ଲାଗିଲେ । ଉକ୍ତ ଘଟଣା ପରେ ଲୋକଙ୍କ ଠାରେ ପ୍ଲାନିଂ ଓ ପ୍ରସ୍ତୁତିର ଅଭାବକୁ ନେଇ ବିରକ୍ତ ହୋଇଛନ୍ତି।