ନୂଆଦିଲ୍ଲୀ,୨୧/୫ : ଆଇପିଏଲର ୬୬ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ସୁପର ଶୋ । ନିର୍ଦ୍ଧାରିତ ୨୦ଓଭରରେ ୪ଓ୍ବିକେଟ ହରାଇ ୨୨୯ରନ୍ କରି ନେଇଛି । ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଗୁଜୁରାଟ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଗୁଜୁରାଟର ୩ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ସାଇ ସୁଦର୍ଶନ ୮୪(୫୩), ସୁଭମନ ଗିଲ୍ ୬୪(୩୭), ଜୋସ ବଟ୍ଟଲର ୫୭*(୨୭), ରାହୁଲ ତେଓ୍ବଟିଆ ୦(୧), ଓ୍ବାଶିଂଟନ ସୁନ୍ଦର ୭(୩) କରିଛନ୍ତି । ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ମୁକେଶ ଚୌଧୁରୀ, ସ୍ପେନଶର ଜନଶନ, ଆନଶୁଲ କାମବୋଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଏହା ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ କର ବା ମର ମ୍ୟାଚ୍। ପ୍ଲେ ଅଫ୍ ଆଶାକୁ ବଞ୍ଚାଇ ରଖିବା ପାଇଁ ସିଏସକେକୁ ଯେ କୌଣସି ମୂଲ୍ୟରେ ଏହି ମ୍ୟାଚକୁ ଜିତିବାକୁ ପଡିବ। ପ୍ରକାଶ ଯେ, ଚେନ୍ନାଇ ଆଇପିଏଲରେ କେବେ ବି ୨୧୦ ରନର ଟାର୍ଗେଟ ପିଛା କରିନାହିଁ। ସେହିଭଳି ଅହମ୍ମଦାବାଦ ଗ୍ରାଉଣ୍ଡରେ ଆଇପିଏଲରେ ୨୦୫ରୁ ଅଧିକ ଟାର୍ଗେଟ ପିଛା କରାଯାଇନାହିଁ।

ଗୁଜରାଟ ଏହି ମ୍ୟାଚ ଜିତିଲେ ପଏଣ୍ଟ ତାଲିକା ପ୍ରଥମ ୨ ମଧ୍ୟରେ ସ୍ଥାନ ନିଶ୍ଚିତ କରିବ । ଫଳରେ ପ୍ଲେ-ଅଫର ପ୍ରଥମ କ୍ୱାଲିଫାୟର ଖେଳି ପରାଜିତ ହେଲେ ମଧ୍ୟ ଫାଇନାଲରେ ପହଞ୍ଚିବା ପାଇଁ ମଧ୍ୟ ଆଉ ଏକ ସୁଯୋଗ ମିଳି ପାରିବ । ଚେନ୍ନାଇ ୧୨ ପଏଣ୍ଟ ଅର୍ଜନ କରିସାରିଛି । ଅନ୍ତିମ ମ୍ୟାଚ ଜିତିଲେ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ରେ ସ୍ଥାନ ହାସଲ କରିବାକୁ ଆଶା ରଖିବ । ଗତ ମାସ ୨୬ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ଗୁଜରାଟ ୮ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଗୁଜରାଟକୁ ହରାଇଲେ ମଧ୍ୟ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇପାରିବ ନାହିଁ । କାରଣ ରାଜସ୍ଥାନ ଓ ପଞ୍ଜାବ ଯଥାକ୍ରମେ ୧୪ ଓ ୧୩ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି। ଉଭୟ ଦଳ ନିଜ ନିଜର ଅନ୍ତିମ ଲିଗ ମ୍ୟାଚ ପରାଜିତ ହେଲେ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇପାରିବ । ଆଜି ବିଜୟ ପରେ ମଧ୍ୟ ଚେନ୍ନାଇ ୨୪ତାରିଖରେ ହେବାକୁ ଥିବା ଅନ୍ତିମ ଲିଗ୍ ମ୍ୟାଚର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବ ।