ଭୁବନେଶ୍ବର, ୧୯/୦୭: ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ରୀୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ l ଦାୟିତ୍ୱବାନ ସଂସାଦମାନେ ଏହାକୁ ବୁଝିବା ଦରକାର । ସେମାନେ ସରକାରୀ ଦଳର ହଅନ୍ତୁ କିମ୍ବା ବିରୋଧୀ ଦଳର, ଦେଶ ପାଇଁ କାମ କରିବାରେ ସମସ୍ତେ ସହଯୋଗ କରିବା ଆବଶ୍ୟକ l ବିରୋଧି ପ୍ରସ୍ତାବ ଦେବାରେ ଅସୁବିଧା କିଛି ନାହିଁ ବୋଲି ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବକି ନାହିଁ ଅପେକ୍ଷା କଲେ ଜଣାପଡିବ l ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତାରେ ଆଗରେ ରହିଛି । ଆମର ଲକ୍ଷ୍ୟ ହେଉଛି କିପରି ସୀମାନିର୍ଦ୍ଧାରଣ ହେବ ଏବଂ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟ କାରିବ l ବିଲ୍ ପାସ୍ ପାଇଁ ସଂସଦରେ ସଂଖ୍ୟl ଦରକାର । ବିଲ୍ ପାସ୍ କରିବା ହେଲା ସଂଖ୍ୟାର ଖେଳ । ପୂର୍ଵରୁ ରାଜ୍ୟସଭାରେ ବିଜେପି ପାଖରେ ସଂଖ୍ୟା ନ ଥିଲା, ତେଣୁ ବିଲ୍ କାଟ୍ ଖାଇଥିଲା l ବିଜେପି ପାର୍ଲ୍ୟାମେଣ୍ଟ ପାର୍ଟି ଓ NDA ମିଲିତ ଭାବେ ଏହି ନିଷ୍ପତ୍ତି ନେବେ l ଅନ୍ୟପଟେ ବିଜୁ ଜନତା ଦଳ ଯଦି ସମର୍ଥନ ଦିଏ ଏଥିରେ ତାଙ୍କୁ ମନାନାହିଁ ବୋଲି ମନମୋହନ ସାମଲ କହିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଥିଲା । ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିଛନ୍ତି ସରକାର। ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିପାରନ୍ତି। ସେଗୁଡ଼ିକ ହେଲା ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ ୨୦୨୬ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ସଂଶୋଧନ ଆଗତ ହୋଇପାରେ। ଏହି ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।

ଅଧିକ ପଢନ୍ତୁ- ବିଜେପିରୁ ଇସ୍ତଫା ଦେଲେ ସରପଞ୍ଚ ଚାମେଲି ଓଝା, ଇସ୍ତଫା ପତ୍ରରେ ଲେଖିଲେ ଏମିତି କିଛି....